STORYMIRROR

Panchanan Jena

Fantasy

4  

Panchanan Jena

Fantasy

କ୍ଷଣ କ୍ଷଣକେ ଆନ

କ୍ଷଣ କ୍ଷଣକେ ଆନ

1 min
367


ରାସ୍ତାରେ ଭେଟଘାଟ ଅଚାନକ ହେଲେ

ଛକରେ ମୁଁହକୁ ମୁଁହ ମିଶିଗଲେ ଦିଶିଗଲେ

କେମିତି ଅଛ ବନ୍ଧୁ କାନକୁ ଶୁଭିଗଲେ


ହାତ ଆପେ ଆପେ ହଲିଯାଏ

ଉପରକୁ ଉଠିଯାଏ ଆପଣାଛାଏଁ

ସ୍ମିତହାସ୍ୟରେ ଖୁସି ଝଲସୁଥାଏ

ଉତ୍ତର ପ୍ରତ୍ୟୁତ୍ତର ଦିଆ ନିଆ ହେଉଥାଏ

ଉତ୍ସବମୁଖର ପରିବେଶ ଜଣାପଡୁଥାଏ

ହସ୍ତ ମର୍ଦ୍ଦନ ସରୁ ସରୁ

 କୋଳମଣ୍ଡନ କରୁ କରୁ

କେତେ ଖୁସି ଫୁଲ ଫୁଟି ଚହଟିଯାଏ


ପୃଥିବୀ କ୍ଷଣ କ୍ଷଣକ ଆନ

ଆଲିଙ୍ଗନ ପର୍ବ ପରେ ପରେ ଆରମ୍ଭ

ରାଗ ଅଭିମାନ

ଆଉ ମୁଁହ ଫୁଲା ଫୁଲି ଚାଲେ

ଅତୀତ ଦିନର ସ୍ମୃତି ରୋମନ୍ଥନ

ସବୁ ରାଗ ରୋଷ ଭୂଲି ଶେଷରେ

ପୁଣି ଫେରି ଆସନ୍ତି ସେହି

ପିଲାଦିନର ରୂପେଲି ସୁନେଲି ହଜିଲା ଜହ୍ନ


ବନ୍ଧୁର ବନ୍ଧୁକ ପୂରା କାନ୍ଧ ଉପରେ

ଫୁଟିଲା ଗର୍ଜିଲା ଅନେକ ଥର <

/p>

ବାକ୍ୟବାଣରେ ମୁଗ୍ଧ କଲା ଆପଣାର

ମାନିଲାନି ବନ୍ଧନ ବାରଣ ତାରଣ ଦ୍ଵାର

ଦୁଃଖ ଦେଇଗଲା ଦରଦୀ ବନ୍ଧୁ ମୋର

ବାନ୍ଧି ପାରିଲାନି ସିନ୍ଧୁ ସାଗର


ଜୀବନରେ ଦୁଃଖ ବି ଅଛି ସୁଖ ବି ଅଛି

ଯାଆଁଳା ଭାଇ ପରି

ଦୁଃଖ ଅଛି ମାନେ ଜଞ୍ଜାଳ ରହିବ

ଦୁଃଖ ଜଞ୍ଜାଳ ଅଛନ୍ତି ମାନେ

କଷ୍ଟ ହେବ ସମସ୍ୟା ଆସିବ

ସମସ୍ୟା ସମାଧାନ କରି ଚାଲିଛି

ମଜାରେ ଅଛି ସାଙ୍ଗ

ସମ୍ଭାଳିବାକୁ ପଡୁଛି ପାଳିବାକୁ ପଡୁଛି 


ସୁଖ ଅଛି ମାନେ ଖୁସି ଅଛି

ଆସୁ ଆସୁ ଅଗଣାକୁ

ପଶୁ ପଶୁ ଘର ଭିତରକୁ

ଛୁ ମନ୍ତର ମାରୁଛି

ବାଲିକୁ ମୁଠେଇ ଧରିବା ପରି

ଆଙ୍ଗୁଳି ଫାଙ୍କରୁ ଝରି ପଡ଼ୁଛି


ବନ୍ଧୁ ମିଳନର କ୍ଷଣିକ ଖୁସି ଲହରୀ

ଖୋରାକ ଯୋଗାଇବ

ବନ୍ଧନକୁ ଆହୁରି ମଜବୁତ କରିବ

ବାହି ଚାଲିବାକୁ ରକ୍ତରଞ୍ଜିତ ଜୀବନ ତରୀ


Rate this content
Log in

Similar oriya poem from Fantasy