କରୁଣ ବର୍ଷା
କରୁଣ ବର୍ଷା


ଆଜି ପୁଣି ଆସିଛି ବର୍ଷା
ପୁଣି ଆରମ୍ଭ ହେବ
ଭିଜିବା ଆଉ ଭିଜେଇବାର
ଲୁଚକାଳି ଖେଳ
ଦେହ ବି ଭିଜିବ
ମନ ବି ଭିଜିବ
ଆଉ ଭିଜା ଭିଜା ସ୍ମୃତି ସବୁ
ମନେ ପଡ଼ିବ
ଆଖି ବି ଭିଜିବ ଲୁହରେ
ଆଉ ସବୁ ଭିଜିବା ପରେ
ବତୁରି ଯାଇଥିବା
କ୍ଷତ ଗୁଡ଼ିକ ପୁଣି ଥରେ
ହୋଇ ଉଠିବ ଜୀବନ୍ତ
କ୍ଷତାକ୍ତ ମନଟା ପୁଣି
ଖୋଜିବ ତୁମକୁ
ଅତି ସନ୍ତର୍ପଣରେ
ସମର୍ପଣର ଭାବ ନେଇ
ପୁଣି ଆରମ୍ଭ କରିବ
ବିଫଳ ଚେଷ୍ଟା ମାନ
ଆଶା ଆଉ ପ୍ରତ୍ୟାଶାର
ଇନ୍ଦ୍ରଧନୁ ପୁଣି ଚିତ୍ରିତ ହେବ
ଆରୋପ ଆଉ ପ୍ରତ୍ୟାରୋପର
ଜୀବନ-ଆକାଶ ବକ୍ଷ ରେ
ଖୋଲା ଆକଶଟା ପୁଣି
ଝଡ଼ର ଆଶଙ୍କାରେ
ଭୟାବହ ଆକାର
ଧାରଣ କରିବ
ବିଜୁଳି ଓ ଘଡ଼ଘଡ଼ିର
ନିର୍ଘୋଷ ସହ ,,,
ଏମିତିରେ ହିଁ ବିତିଯିବ
ଜୀବନ କାହାଣୀ
ଆତ୍ମ ଅଭିମାନ ଓ
ଆତ୍ମ ବଡ଼ିମା ନେଇ
ବରଷୁ ଥିବା
କରୁଣ ବର୍ଷା ରେ ... ।