Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy

4  

Satyabati Swain

Tragedy

କରୁଛି ବିସ୍ମିତ

କରୁଛି ବିସ୍ମିତ

1 min
296



ବୟସର କାନଭାସେ

ପ୍ରକୃତିର ଚିତ୍ର

ଜୀବନ ଜୀଇଁବା ତୁଳୀ

ଆଙ୍କୁଛି ଅଦ୍ଭୁତ

କରୁଛି ବିସ୍ମିତ

ଅଙ୍ଗେ ଲିଭା ଜୀବନ ସଙ୍ଗୀତ!

କିଏ ତୁମେ ଅଦେଖା ଭାଗ୍ୟ 

ସମୟ ଓ ଷଠିଦୂତି

ଚମତ୍କାର ଲୋଭନୀୟ କରିଅଛ ଏ ସୃଷ୍ଟି

ଖୁନ୍ଦି ଦେଇ ମାୟା ମୋହ

ସମ୍ପର୍କର ସମ୍ମୋହନୀ ବଂଶୀର ସଙ୍ଗୀତ !


ଚାଲୁ ଚାଲୁ ଝୁଣ୍ଟି ହୁଏ ରକ୍ତାକ୍ତ

ତଥାପି ଚାଲିବା ନିଶା ନ ଉତ୍ତୁରେ

ସବୁ ଯିବା ପଛ କରି

ତେବେ ବି କେତେ ହାଣେ ମାରେ !

ଶ୍ସବ ହୋଇଯିବ ସୁନ୍ଦର ଦେହ

ଗର୍ବ କଣ ଛାଡେ ସୁନ୍ଦରିଟେ ବୋଲି

ବ୍ୟାଙ୍କ ଖାତାରେ ଜମା ବଢି ଚାଲେ

ଗୋଟିଏ ଟଙ୍କା ନେବା କି ଯେବେ ଯିବା ଫେରି!


ତଥାପି ବାପା ଓଟ

ପୁଅ ଓଟ

ସମସ୍ତେ ଓଟ ଆମେ

ସମସ୍ୟା, ସମ୍ପର୍କ,ସନ୍ତାନ ,ସଂସାର ବୋଝ

ବୋହି ଚାଲିଛନ୍ତି

କୁନ୍ଥେଇ ମୁନ୍ଥେଇ

ଦୁରେ କାହିଁ ଶୁଭିଯାଏ ବଂଶୀ ସ୍ଵନ

ତେଣିକି ନିଘା ନାହିଁ

ଲୋଭ ମୋହ କବଳିତ କରିଛନ୍ତି ମୋତେ

ନିର୍ବାଣ ଖୋଜୁ ଛନ୍ତି

ମନ କିନ୍ତୁ ଯାଉ ନାହିଁ

ନିରଞ୍ଜନା ତଟ

ଯାହା କରୁଛି ତଟସ୍ଥ ଓ ବିସ୍ମିତ।



Rate this content
Log in

Similar oriya poem from Tragedy