ପଙ୍ଗପାଳ
ପଙ୍ଗପାଳ




ବିଦେଶରେ ସୃଷ୍ଟି ହୋଇକି
ମାଡିଆସୁଛନ୍ତି ଭାରତ ଭୂଇଁ
ଖାଇଯିବେ ଗଛର ପତ୍ର ଫୁଲ ଫଳ ଡାଳ
ତାଙ୍କ ପାଇଁ ଆଜି ଚିନ୍ତିତ ଚାଷିକୁଳ
ଭାରି ବିଷାକ୍ତ କୀଟ କରେ ସବୁ ନଷ୍ଟ
ନାଁ ତାର ପଙ୍ଗପାଳ
କଅଁଳିଆ ଛନଛନିଆଁ ପତ୍ରରେ ବସେ
ସବୁଜ ବନାନୀକୁ ଥୁଣ୍ଟା କରିଦିଏ
ନା ରହେ ଫୁଲ ନା ରଖେ ପତର
ଅବା ରହେ ଫଳ ଗଛର ଚେର
ସବୁ ଖାଇ ଦିଏ ଥୁଣ୍ଟାକରି ଦିଏ
ଚାଷି ଆଖିରୁ ନିଦ ହଜାଏ
ଉଚ୍ଚ ଶବ୍ଦ ଶୁଣି ପଙ୍ଗପାଳ ଦଳ
ଚିତ୍କାର କରି ଉଠନ୍ତି ସକଳ
ଏକମାତ୍ର ତାକୁ ଘଉଡାଇବା ଲକ୍ଷ୍ୟ
ଯୋଜନଯୋଜନ ଉଡିବାରେ ସେ ଦକ୍ଷ
ବାଜା ବଜାଇ ଉଚ୍ଚ ଶବ୍ଦକରି
ଭାରତୁ ତଡିବା ପଙ୍ଗପାଳ ଦଳ
କୀଟଠାରୁ ଆହୁରି ଭୟଙ୍କର
ଗାଁ ଗଣ୍ଡାରେ ଅଛନ୍ତି ପଙ୍ଗପାଳ
କିଛି ତ କର୍ମ ନଥାଏ ସେମାନଙ୍କର
କୁଜିନେତା ସାଜି କରନ୍ତି ଦଲାଲ
ଐତିହ ପରମ୍ପରା ଗାଁରେ ଯେତେ ବିଶୃଙ୍ଖଳା
ସେମାନେ ସାଜନ୍ତି ତାର କର୍ଣ୍ଣଧାର
ମାନବରୂପି ପଙ୍ଗପାଳ ଦଳକୁ
ତଡିବା କୌଶଳ ଜଣାନାହିଁ ଆମକୁ
ସ୍ୱସ୍ୱାର୍ଥରେ ଯେତେଦିନ ରହିବା
ପଙ୍ଗପାଳ ବିଷ କାମୁଡା ଖାଇବା
ସର୍ବେ ଏବେ ଉଠ ବିଦ୍ରୋହ କର
ପଙ୍ଗପାଳ ବଂଶ ବିନାଶ ହେଉ