The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Tapan Kumar Biswal

Tragedy Classics Inspirational

4.0  

Tapan Kumar Biswal

Tragedy Classics Inspirational

ପରିବାର

ପରିବାର

1 min
11.9K



ଆଉ ନାହିଁ ସେ

ନୂଆଣିଆ ଚାଳ ଛପର ଘର

ନାହାଁନ୍ତି ଅନ୍ୟମାନେ ll


ଯେଉଁ ମାନଙ୍କ ଚଳପ୍ରଚଳରେ

ବ୍ୟସ୍ତତା ଭିତରେ 

ହୃଦୟଙ୍ଗମ ହେଉଥିଲା

ଅଜସ୍ର ସ୍ନେହ ଶ୍ରଦ୍ଧା ଓ ଭଲପାଇବା ll


ଆଜି କିନ୍ତୁ ସବୁ ଭିତରେ

ଇତିହାସ ପରି ପ୍ରତୟମାନ ହୁଏ

ବିଗତ ଦିନର କଥା ସ୍ମୃତି ସମୂହ

ଆଜିର ଆଧୁନିକ ପିଢିଙ୍କ ପାଇଁ

ଇତିହାସ ବ୍ୟତୀତ ଅନ୍ୟ କିଛି ନୁହଁ ll


ଘରେ ଆଉ ଦେଖିବାକୁ ମିଳୁ ନାହାନ୍ତି

ଜେଜେ ଜେଜେମା ଦାଦା ଖୁଡି

ବଡବାପା ବଡମା ଆଦି ଅନେକ ଚରିତ୍ର ବିଲୁପ୍ତ

କାହିଁକି ନା ଯୌଥ ପରିବାରର

ଭଗ୍ନାବଶେଷରେ ଏକକ ପରିବାରର ସୃଷ୍ଟି ll


ଯେଉଁ ପରିବାରରେ ଗୁରୁଜନଙ୍କ

ସଂସ୍କାର ଆଶୀର୍ବାଦ ସ୍ୱପ୍ନ

ସ୍ନେହ ଶ୍ରଦ୍ଧା ଭଲପାଇବା ପାଇଁ

ଅନ୍ୟ ମାନଙ୍କ ପାଖରେ ସମୟ ନଥାଏ ll


ଧୀରେ ଧୀରେ ପରିବାରର ଆକାର

କମି କମି ଚାଲିଛି 

ଯୌଥ ପରିବାର କାଁ ଭାଁ 

ପ୍ରାୟ ଏକକ ପରିବାର ଦିଶୁଛି 

ଯୌଥ ପରିବାରର ଉପକାର 

ଏକକ ପରିବାରରେ କି ଅବା ମିଳୁଛି ll


କାଲି ଯାହା ଥିଲା ସତ୍ୟ

ଆଜି ତାହା ସ୍ମୃତି

ସୁନ୍ଦରତା ଇତିହାସର

ହୃଦୟ ଜଣିଛି କିଏ ସତେ ଭଲ

ଯୌଥ ନା ଏକକ ପରିବାର ll



Rate this content
Log in