STORYMIRROR

Mrs. SASMITA DAS

Tragedy

3  

Mrs. SASMITA DAS

Tragedy

ତମାଖୁ କାୟା...

ତମାଖୁ କାୟା...

1 min
12.1K

ଅଧାଜଳା ତମାଖୁ

ଜଳିସାରିଥିବା ପାଉଁଶ ଉପରେ

କହି ଦେଉଥାଏ...

ତୁମ ପାଇଁ ଆଜି ମୋ ବର୍ଜ୍ଜନ ଦିବସ

କାଲି ତୁମେ ଦୁନିଆରୁ

ବର୍ଜ୍ଜନ ନିମନ୍ତେ

ହେବି ମୁଁ କାରଣ

         ତଥାପି...

         ମଣିଷ ବୁଝେନା

         ନିର୍ଜୀବ ତମାଖୁର ବାର୍ତ୍ତା

         ତମାଖୁର ଧୁମ୍ର କୁଣ୍ଡଳୀରେ

         ବାନ୍ଧି ହେଉଥାଏ ସଦା 

ମଣିଷ ଜାଣେନା ନିଜର ଠିକଣା

ନିଶ୍ଚିହ୍ନ କରାଏ  ନିଜସ୍ୱ କାୟା

         ଦେଖ ହେ ତମାଖୁ

         ନିଜେ ଅଧା ଜଳି

         ନିଜସ୍ୱ ଗୁଣରେ

         ସ୍ଥିରତା ବଜାଇ

ମଣିଷ ତା'ଧୂଆଁ ମାୟାରେ

ନିଜର ଅସ୍ତିତ୍ୱ

ନିଜେ ସେ ହରାଏ

ଶେଷରେ

କଙ୍କାଳ ପରାୟେ

ନିଜେ ପଡ଼ିରହେ

          ଶୁଖିଯାଇଥିବା କଙ୍କାଳ

           ସେ କହେ...

         ତମାଖୁ ମାୟାରେ 

         ପଡ଼ନା ଯେ ତୁମେ

         ଜୀବନ ବଂଚିବାର

         ବାଟ ତୁମେ ବାଛ

         ସେହ୍ନ ପ୍ରେମ ଭରା

         ଜୀବନ ସଜାଡ଼

ଅଳ୍ପ ଏ ଜୀବନ

ନିଜକୁ ସମ୍ଭାଳ

ତମାଖକୁ ତୁମେ

ବର୍ଜ୍ଜନ ଯେ କର ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy