STORYMIRROR

Lunar Das

Romance Tragedy

3  

Lunar Das

Romance Tragedy

ଲକ୍ଷେ ଭାବାନ୍ତର

ଲକ୍ଷେ ଭାବାନ୍ତର

1 min
11.8K


ଲକ୍ ଡାଉନ୍ ବେଳେ

କବାଟ ଫାଙ୍କ ରୁ ପଶି ଆସିଲି

ଭାବିଲି କାଳେ ତୁମେ ମତେ ଖୋଜୁଥିବ

ମୋ ଆତ୍ମଲେଖା କବିତା ପଂକ୍ତିକୁ

ଖେଳାଇ ଦେଖୁଥିବ 

କେଉଁଠି ତୁମେ ଅଛ ।


ସେଇ ମାୟାନଗରୀର ଅବବାହିକାରେ

ପୁଳାଏ ସ୍ନେହ ଧରି ବସିଥିବ

ମୋ ଉପରେ ଢାଳି ଦେବାପାଇଁ

ସ୍ନେହସ୍ପଦ ମଧୁ ସ୍ୱର କିଛି।


ଜୀବନ୍ତ ଆବେଗଭରା ନିଶ୍ୱାସ ଟିଏ

ସେଇଠି ଅଟକି ଯାଇଛି ଅନେକ ଥର

ଯେଉଁଠି ତୁମେ କହିଦିଅ

ତୁମ ସ୍ବପ୍ନ ରେ ମୁଁ ଆଜି

ନିଶ୍ଚୟ ଆସିବି,

ଅଚିରେ ନିରବ ମନରେ

ପ୍ଲାବନି ର ଧାରଟିଏ ବୋହିଯାଏ 

ଉଦ୍ରିକ୍ତ ଆଶା ଟିଏ ପରି।


ସତରେ ତୁମେ କଣ ଆସ !

ଅସରନ୍ତି ଅନିଦ୍ରା ପଣରେ

ଶୁଭେ ମୋତେ ଅନୁରାଗର

ଶବ୍ଦ ଭେରୀ କିଛି।


ତୁମର ମୋର ସମ୍ପର୍କରେ ପୁଣି

ମହାର୍ଣ୍ଣବର ଢେଉ 

ପିଟି ହୋଇ ଘୁଞ୍ଚି ଯାଏ

ମୁହାଣ ମୁହଁକୁ।

ସତ୍ୟ କିଛି ହୃଦୟର ଉଦ୍ ବେଗ ପରି

ଘାରି ହୋଇଯାଏ ମନରେ ।


ତୁମ ମୌନତାରେ ଲକ୍ଷେ ଭାବାନ୍ତର

ରୋମନ୍ଥନର ପାରାବାର ଡେଇଁ କହେ,

ତୁମେ ମୋତେ ହିଁ ଖୋଜୁଛ ବୋଧେ 

ଲକ୍ଷେ ଜନ ଗହଳିରେ ।


ଏ ମାୟାନଗରୀର ଇଲାକା

ମୋର ତ ନୁହେଁ

ନା କେଉଁ ଅକ୍ତିଆର ମୋର

ସ୍ନେହ ପୂର୍ଣ୍ଣ ଆଖିରେ ତେବେବି

ଆଖିଏ ମାଦକତା ଦେଖେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance