STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଶୁଭ ଜନ୍ମଦିନ

ଶୁଭ ଜନ୍ମଦିନ

1 min
11.5K

ତୁମେ ଭାବୁଛ ଅନ୍ତରଙ୍ଗ ସାଂଗର ଆଜି ଶୁଭ ଜନ୍ମଦିନ

କରୋନା ଯୁଦ୍ଧା ସେ 

ସାମାଜିକ କର୍ମୀ ସେ

ଗରିବ ର ସାରଥି ସେ

ଏମିତି କେତେ ବିଶେଷଣ

ସୋସିଆଲ ମେଡିଆର ପ୍ରଚାର

ଖବରକାଗଜର ବିସ୍ତାର ଇସ୍ତାହାର ।

ହେଲେ ମୁଁ ଦେଖୁଛି !

ବିରହୀ ପ୍ରାଣରେ ବାଡ଼ବାଗ୍ନୀ ସମ ଅସଫଳ ପ୍ରେମ ଜ୍ଵାଳା

ହୃଦୟ ତଡ଼ାଗେ କାମ ବିହ୍ନି ଢାଳି ନିଜେ ଜଳୁଛି ତରୁଣ ସଳା

ପ୍ରୀୟା ର କପଟୀ ବିଟପୀ ପତ୍ୟାଖାନ ବିଚ୍ଛେଦରେ ଚକ୍ରବାକ ରୋଦନ

କର୍ମ କୁ ଆଦରୀ ଭାଗ୍ୟକୁ ସାଦରୀ 

କରୁଛି କ୍ରନ୍ଦନ ରାତି ଦିନ ।

ତୁମେ ଦେଖୁଛ କେକ୍ ଓ ମହମବତୀର ମହକିତ ଆସର

ହରସ ସରସ ଆଲୋକିତ ପ୍ରହର

ହେଲେ ମୁଁ ଦେଖୁଛି !

ସାଂଗ ଖାଲି କୃତ୍ରିମ ଅଭିନୟ ନିପୁଣ

ଦରହସା ମୁଦ୍ରାରେ ବାଣ୍ଟୁଛି ପ୍ରୀତି ପାର୍ବଣ ।

ମନ ତାର ଶୋଇଥିବ ସ୍ମୃତି ଡାଇରୀର ଅଣସର ଘରେ 

ଆଲୋକ ଲିଭିଲେ କୋହ ହୋଇ

ଝରିଯିବ ତତଲା ଧାରେ ।

ଆଞ୍ଜୁଳାଏ ଖୁସି ମାଗିଥିଲା ବନ୍ଧୁ ମୋର ଦୋହଲି ପୂବେଇ ପବନ

ହଜେଇବ ନିଜକୁ ବଉଳର ଗଭା ଗଜରା ନିଃଶ୍ୱାସେ ସେ ଦିନ ।

ଅଜିବନ ବ୍ରହ୍ମଚରୀ ବ୍ରତ କରିଛି ବରଣ

ଚିର କୁମାର ସତ୍ୟବ୍ରତ ଭୀଷ୍ମ ପ୍ରତିଜ୍ଞା ପ୍ରମାଣ

ପାଦ ତଳେ ଚୋରା ବାଲିର ଭ୍ରମ

ଦୁନିଆ ଦ୍ୱାରେ କେହି ନାହିଁ ଦୁଃଖ ବାଣ୍ଟିବାକୁ ପାମର ଅଧମ

ହସିଲା ଖେଳିଲା ପରିବାର ଦେଖିଲେ

ହୁଏ ଆନମନା

ବାଇ ଚଢ଼େଇର ବସା ବାନ୍ଧିବାକୁ ଦିନେ କରିଥିଲା ମନ

ବାଣୀବିହାର ଉଦ୍ୟାନର ଗୋଟେ

ଚହଚିତ ପୁଷ୍ପ ପ୍ରସୁନ

ଶ୍ରାବଣ ଦୂତେ ଭେଜିଥିଲା ପ୍ରେମ ପତ୍ରର ମଶାଲ

ଫଗୁଣ ଭ୍ରମରକୁ ଦେଖି ଗାଇଥିଲା ଖିଆଲି ଗଜଲ 

ପ୍ରତାରଣାର ପତ୍ରଝଡ଼ା ଅଦିନେ ଆସିଲା

ଅବୁଝା ପ୍ରେୟସୀ ବାହା ହୋଇଗଲା

ଦୁଃଖ ତାର ନୀରବତା

ଶୋକ ତାର ଶୂନ୍ୟତା

କୋହ ତାର ମୌନି ମୌନତା

ମୁଁ ଦେଖୁଛି ବୁଝୁଛି

ମୁଁ ସମାଧାନ ଖୋଜୁଛି

ନିରୁପାୟ ତେଲ ଲୁଣର ସଖା ସୁଦାମା

ନୟନ କେବେ ଦେଖିବ ଚହଟିତ କୃଷ୍ଣ ଛଡାର ଉପମା ।



Rate this content
Log in

Similar oriya poem from Tragedy