କୃତାର୍ଥ ଲଭିଲେ
କୃତାର୍ଥ ଲଭିଲେ
ଘରଣୀ ମୋହର କାନିକୁ ଛାଟି
ସକାଳୁ ସକାଳୁ କରୁଛନ୍ତ ଗାଳି ବର୍ଷଣ
ଦାଣ୍ଡରୁ ବାରିକୁ ଘେରା ମାରୁଛନ୍ତି
ରାଗ ତମ ତମ ମୁହଁ କରିଣ l
ସଧିର ବଚନେ ଆତୁର ପରାଣେ କହେ
କରିବାକୁ ମହାରାଣୀଙ୍କର ମାନ ଭଞ୍ଜନ
କାହିଁକି ସଜନୀ ସକାଳୁ କ୍ରୋଧିତ ହୋଇଛ
ଭଲ ନାହିଁକି ମୋ ପ୍ରିୟାର ମନ l
ଗୋଡ଼କୁ କଚାଡି ହାତକୁ ଛିଞ୍ଚାଡି
କହିଲେ ଏତେ ସ୍ନେହ ଦେଖନି ଆଉ
ତୁମେ କି ବୁଝିବ ଘରଟାରେ ମୁହିଁ
ଘାଣ୍ଟି ହେଉ ଅଛି ବାହାରିଯାଉଛି ହାଉ l
ବାହାରି ଯାଉଛ ତୁମ କାମେ ସଅଳ
ବୁଝିଅଛ କେବେ କାହିଁ ଶୁଖିଚି ମନ
କାମବାଲୀ ଟାର ତିନି ଦିନ ହେଲା
ନା ଅଛି ଦେଖା ଆଉ ଦର୍ଶନ l
ଏତିକି ବେଳରେ କଲିଂବେଲ କିଏ ମାରେ
କବାଟ ଖୋଲିଣ ଭାରି ଖୁସି ଘରଣୀ
କାମଵାଲୀ ଉଭା ଦ୍ୱାର ଦେଶେ ଆସି
ପ୍ରତୀତ ହୁଅଇ କୃତାର୍ଥ ଲଭିଲେ ରାଣୀ l
