STORYMIRROR

Kali Kumar

Abstract Comedy Classics

4  

Kali Kumar

Abstract Comedy Classics

ମୋ ନିଳୟରେ ଆଜି ପ୍ରଳୟ

ମୋ ନିଳୟରେ ଆଜି ପ୍ରଳୟ

2 mins
202

ମୋ ନିଳୟରେ ଆଜି ପ୍ରଳୟ

ଘରଣୀ ମୋ ଲାଗନ୍ତି;

ଘରଣୀ ମୋ ଲାଗନ୍ତି;

ସତେ ଯେମିତି 'ବଙ୍ଗୋପସାଗରେ'

ନବ୍ୟ ନୂତନ ସୃଷ୍ଟ

ବିଦେଶୀ ଘୂର୍ଣ୍ଣି ବଳୟ

ମୋ ନିଳୟରେ ଆଜି ପ୍ରଳୟ ।।

ପଚାରିଲି ତାଙ୍କୁ,

" ଆଗ ! କାହିଁକି ଛାଡ଼ୁଛ ବିରକ୍ତିକର କରାଳ

ସାଙ୍ଗକୁ ପୁଣି; ସାଙ୍ଗକୁ ପୁଣି

କର୍କଶ ସ୍ୱରର ଗରଳ,

ଚଣ୍ଡି ସାଜିକି;

ମୁଣ୍ଡେ ଉଠାଇଛ ନିଳୟ

ଆଗ କୁହ ! କାହିଁକି କରୁଛ ପ୍ରଳୟ ।"

ଜବାବରେ କହିଲା ସେ,

ଦିଶୁ ନାହିଁ କି !

କ'ଣ ଦିଶୁ ନାହିଁ କି ତୁମକୁ

ଘରର ଚତୁଃ ଦିଗ୍ _ବଳୟ,

ରଙ୍ଗ ଖସିକି, ଫିକା ପଡ଼ିଅଛି

ଦେବୀଙ୍କ ଦେବ_ଆଳୟ,

ନିଶକୁ ଫୁଲେଇ, କହୁଛ କ'ଣ ନା,

" କାହିଁକି କରୁଛି ପ୍ରଳୟ ? "

ଆରେ ! ବିତି ଯାଉଅଛି ସମୟ

କରନ୍ତି ନାହିଁ କି ପ୍ରଳୟ ।।

ଦିନ କେଇଟାରେ ଦେବୀ ଆସିଯିବେ

ସେ କଥା କି ଥରେ ଭାବିଛ,

ପୂଜା ସରଞ୍ଜାମ ସହ

ପୋଷାକପତ୍ର କିଣିଛ,

ବାଜାବାଲା, ଫୁଲବାଲା, ମିଠାବାଲା ଙ୍କ ସହ

ମାଇକ୍ ବାଲାକୁ ବଇନା ଦେଇଛ,

ନା ! ମିଛୁଟାରେ ଖାଲି

ମୋତେ ନାଲି ଆଖି ଦେଖଉଛ,

ହୋଇ ହୋ !

କାମ କେମିତି ସୁରୁଖୁରୁରେ ହେବ

"କ'ଣ ସେସବୁ କଥା ଥରେ ଭାବିଛ" ।।

ଏତକ ଶୁଣିକି !

ମୁଣ୍ଡରେ ପଡ଼ିଲା ଚଡ଼କ,

ମୋ ଅବସ୍ଥା ହୋଇଲା

ମାଆ ବିନା ନୀଡ଼ରେ

ଭୟଭୀତ ଶିଶୁ ଶାବକ ।।

ଭାଲେଣି ପଡିଲା

ଦରମା ମିଳିନି ଚାରିମାସ ହେଲା

ମାନ୍ଦା ଅବସ୍ଥା ଯେ ଘେରିଛି,

ପରିସ୍ଥିତି ଏବେ

ମହରୋଗରୁ ଯାଇ କାନ୍ତା ମୁହଁରେ ପଡ଼ିଛି,

ଆଉ ତୁମେ ପୁଣି

ଏତେ ଲମ୍ବା ତାଲିିିକା କଥା କହୁଛ,

କେତେ ଖରଚ ହେବ! କେତେ ଖରଚ ହେବ!

ସେ କଥା କି ଥରେ ହିସାବ କରିଛ ?

ଭାବିବା ଫାବିବା କିଛି ମୁଁ ଜାଣେନା

ତାଲିକା ମୁତାବକ ସବୁ ଜିନିଷ ଆଣିବ

ନ ହୋଇଲେ, ନ ହୋଇଲେ !

ମୋ ଦୂର୍ଗା ସ୍ବରୂପିଣୀ ବିଶ୍ୱରୂପକୁ ଦର୍ଶନ କରିବ,

ତାଗିଦ୍ କରି କହିଲେ ଘରଣୀ,

ତାଲିକା ମୁତାବକ ସବୁ ଜିନିଷ ଯେ ଆଣିବ ।।

ଦୂର୍ଗା କଥା ଭାବି

ମନରେ ପଶିଲା ଭୟ,

ମହିଷା ପରିକା ଏ ଧାରା ପୃଷ୍ଠରୁ

ମୋ ସତ୍ତା ହୋଇବ ନାହିଁ ତ ବିଲୟ?

ତାଙ୍କ ସହ ଭିଡ଼ି ଯିବାକୁ

ସାହସ କରି ପାରିଲିନି ସଞ୍ଚୟ,

ମନେ ଘର କରିନେଲା ସଂଶୟ,

ଏବେ ଏ ଦେବୀଙ୍କ ଦାଉରୁ

କେମିତି ରକ୍ଷା କରିବି ମୋ ନିଳୟ,

କି ଉପାୟେ ପୁଣି ! କି ଉପାୟେ ପୁଣି!

ଶାନ୍ତ କରିବି ଏହି ଅଦିନିଆ ଘୁର୍ଣ୍ଣିବଳୟ,

କେଉଁ ସମାଧାନେ ରକ୍ଷା କରିବି

ମୋ ପ୍ରେମଭରା ଏହି ନିଳୟ,

ମୋ ନିଳୟରେ ଆଜି ପ୍ରଳୟ ।।

ସହସା ମୁଣ୍ଡକୁ ଜୁଟିଲା ଗୋଟାଏ ଉପାୟ

ପ୍ରେମରେ କହିଲି, "ଆଗୋ ! ପ୍ରିୟେ"

ଶାନ୍ତ ହୁଅ ! ଧର ଟିକିଏ ଥୟ,

କେତେବେଳୁ ତୁମେ ମୁଣ୍ଡେଇ ରଖିଛ

ଆମ ଭାରି ଭରକମ ନିଳୟ,

ରୁହ ! ରୁହ ! ଏବେ ସେ ନିଳୟକୁ

ମୋ ମୁଣ୍ଡକୁ ଓହ୍ଲାଇ ଦିଅ ।

ବୋଝ ଦାଉରୁ ଟିକିଏ ହାଲୁକା ହୁଅ

ରେଶମୀ ସୋଫାରେ ଟିକିଏ ବସିଯାଅ

ଗିଲାସେ ପାଣି ପିଅ,

"ଆଗୋ ପ୍ରିୟେ, ଏବେ ଶାନ୍ତ ଟିକିଏ ହୁଅ ।।


ବୁଝେଇ ବାଝେଇ କଥାକୁ ଭୁଲେଇ ଭାଲେଇ

କିଛି କ୍ଷଣ ପାଇଁ କରି ଦେଲି ତାଙ୍କୁ ଥୟ

କିନ୍ତୁ; ମନ ହୁଏ ମୋର ଅଥୟ

ଏ ଯେ ଅଦିନିଆ ବିଦେଶୀ ଘୁର୍ଣ୍ଣିବଳୟ

ସମୟ ସୁବିଧା ଦେଖିକି ପୁଣି

ନିଶ୍ଚେ କରିବ ପ୍ରଳୟ

ମୋ ନିଳୟରେ ଆଜି ପ୍ରଳୟ

ମୋ ନିଳୟରେ ଆଜି ପ୍ରଳୟ ।।


Rate this content
Log in

Similar oriya poem from Abstract