STORYMIRROR

Suchitra Parida

Classics

4  

Suchitra Parida

Classics

କୃଷକର ଦରଦ

କୃଷକର ଦରଦ

1 min
477

କୃଷକ କୂଳରେ ଜନମଟି ମୋର

    ହୁ ତାସରେ କଟେ ଦିନ

ଦିନ ରାତି ଖଟେ ପେଟ ପାଇଁମୁଇ

    ମରୁଡ଼ି ବାତ୍ୟାରେ ଜୀର୍ଣ୍ଣ ।


ଅଦିନେ ଆସଇ ବାତ୍ୟା ଝଡ଼ ମାଡ଼ି

    ପାଚିଲା କ୍ଷେତଯାଏ ଉଜୁଡି

ପିଲା କୁଟୁମ୍ଵଙ୍କୁ କିପରି ପୋଷିବି

    ମୁଣ୍ଡ ପିଟି ମରେ କୋଡିକୋଡି ।


ସରକାର ପରା ତେଲିଆ ମୁଣ୍ଡରେ

    ତେଲ ଢାଳୁଛନ୍ତି ହସି ହସି

ମୋର ଧାନ ନେଇ ମୋତେ ଲୁଟୁଛନ୍ତି

    ଉଚ୍ଚ କୂଳେ ପରା ଜନମ ମୁଇ।


ନଡା ଛପରର ଘରେ ଦିନ ନିଏ

    ମିଳେନି ପକ୍କାଘର ବିଜୁର

ରାସନ କାଆଡ଼ ମୋତେ ମିଳେ ନାହିଁ

   ପଛୁଆ ବର୍ଗର ଜାତିନୁହଁ ମୋର।


ପନିପରିବା ଅମଳ କରୁଛି

    ସାଇତିବା ପାଇଁ ନାହିଁତ ସାଧ୍ୟ

ମୋ ଠାରୁନେଇ ମହଙ୍ଗା କରନ୍ତି

     ଠକ ଵେପାରି ଦଳ

ବଡଵଡବାବୁ ଶସ୍ତାରେ ମାଗନ୍ତି

     ହୋଇ ନିଉନ ଵିକଳ ।


ରାଜ ନେତା ମାନେ ମୋରି ନାମରେ

      ବାନରଧରି କରନ୍ତି ଧର୍ମଘଟ

ବଣ୍ଡଲ ଵଣ୍ଡଲ ଟଙ୍କା ଵିଡା ଧରି

      ମିଛିମିଛିକା କରନ୍ତି ନାଟ।


ରଡ଼ନ୍ତି ମନ୍ତ୍ରୀଏ କୃଷକ ପାଇଁ

      ଆମେ ଆମ ଦେଶ ବଞ୍ଚିଛି

କୁମ୍ଭୀର କାନ୍ଦଣା କାନ୍ଦନ୍ତି 

       ଅନ୍ୟକୁ କରନ୍ତି ଛି ଛି ।


ମୁଁ ଭଲ ସିନା ରହିଲେ

       ଦେଵି ତୁମ୍ଭଙ୍କୁ ଅର୍ଣ୍ଣ

ମୋର ଦୁଃଖ ନଘୁଞ୍ଚିଲେ

       କାହୁଁ ଜନ୍ମିଵେ କର୍ଣ୍ଣ।


ଉଚନୀଚ ଭାଵ ନରଖି

      କର ସଭିଙ୍କୁ ସମାନ

ଚାଷୀ କୂଳପରା ନ ଵଞ୍ଚିଲେ

      ହେଵ ଅଗ୍ନି ଵର୍ଷଣ ।


Rate this content
Log in

Similar oriya poem from Classics