Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ଶ୍ରୀ ରାଧା ରାଣୀ

ଶ୍ରୀ ରାଧା ରାଣୀ

1 min
166



ହେ ରାଧା ତୁମେ ଭକତ ପ୍ରିୟ

ତୁମେ ଦୟାମୟ ତୁମେ ପ୍ରେମମୟ

ତୁମ ପରି କେହି ହେବ ନାହିଁ

ତୁମର ଜନ୍ମ ଭକତ ହିତ ପାଇଁ ।


ବୃଷ ଭାନୁ ଘରେ ତୁମେ ଝିଅ ହୋଇଲ

ତୁମ ଲୀଳା ଖେଳା ତୁମେ ଦେଖାଇ ଥିଲ

ପଦ୍ମ ପତ୍ର ରେ ତୁମେ ଦର୍ଶନ ଦେଇ ଥିଲ

ବରଷାନା ଗ୍ରାମ ରେ ତୁମେ କିଶୋରି ହୋଇଲ ।


ରାଧା ରାଧା ତୁଣ୍ଡ ମୋ ଜପୁ ଥାଉ

ତୁମ ନାମ ନେଇ ଏ ଜୀବ ମୋ ଯାଉ

ତୁମ ନାମ ନେଲେ ବାଧା ଦୂର ହେବ

ସଂସାର ସାଗରୁ ଭକତ ମୁକ୍ତ ହୋଇବ ।


ବ୍ରଜ ଧାମ ରେ ତୁମେ ଶ୍ରେଷ୍ଠ ଗୋପାଳୁଣୀ

ଶ୍ରୀ କୃଷ୍ଣ ଙ୍କ ପ୍ରିୟତମା ତୁମେ ନିତ୍ୟ ପ୍ରେମ ସଙ୍ଗିଣୀ

ମୁରଲୀ ତୁମ ନାମ ନୀତି ଜପୁ ଅଛି

ତୁମ ବିନା ଶ୍ରୀ କୃଷ୍ଣ ମୋ ଅଧା ଲାଗୁଛି ।


ଆସ ରାଧା ତୁମେ ପୁଣି ନେଇ ଅବତାର

ତୁମ ଆସିଲେ ଦର୍ଶନ କରିବି ମୋ ଶ୍ୟାମ ସୁନ୍ଦର

ତୁମ ନାମ ବ୍ରଜ ରେ ନୀତି ଶୁଭୁ ଅଛି

ଭକତ ହୃଦୟ ରୁ ତୁମ ନାମ ଝରି ଯାଉଛି ।


Rate this content
Log in

Similar oriya poem from Classics