STORYMIRROR

Bharatabandhu Biswal

Classics Others

3  

Bharatabandhu Biswal

Classics Others

କୃପାକର ଜଗନ୍ନାଥ

କୃପାକର ଜଗନ୍ନାଥ

1 min
144



ଶଙ୍ଖନାଭି କ୍ଷେତ୍ରେ   ଶ୍ରୀନୀଳକନ୍ଦରେ

    ଉଡେ ନୀଳଚକ୍ରେ ନେତ

ବିଜେ ଜ୍ୟୋତିରୂପେ  ସତ୍ୟ ସନାତନ

     କଳ୍ପବଟ ଜଗନ୍ନାଥ ।

କୃପା ପାରାବାର     ହୁଅନ୍ତୁ ସହାୟ

     ମରତ ହେଉ ବୈକୁଣ୍ଠ

ବିକଶୁ ଜୀବନ     ପ୍ରଫୁଲ୍ଲ କମଳ

    ଧର୍ମ ହେଉ ପରିପୁଷ୍ଟ ।

ଉନ୍ମେଷୁ ଉତ୍ତମ   ଜୀବନ ଚେତନା

     ସହସ୍ରାର ହୃଦ ପଦ୍ମ

ପ୍

ରବହୁ ମଳୟ     ନିର୍ଝରୁ ଅମୃତ

     ଶାନ୍ତିସୁଧା ସ୍ନେହପ୍ରେମ ।

ହେଉ ସୁପ୍ରଶସ୍ତ   ରାଜ ବଡ଼ଦାଣ୍ଡ

     ଚଳୁ ଜାତି ନନ୍ଦିଘୋଷ

କୈବଲ୍ୟ ମୁକତି   ସିଦ୍ଧି ଚଉବର୍ଗ

    ପ୍ରାପ୍ତି ହେଉ ଲକ୍ଷ୍ୟ ମୋକ୍ଷ ।

ଅଭୟ ଆଶ୍ରୟ   ହେଉ ସୁପ୍ରାପତ

      ନିସ୍ତରୁ ପତିତ ଜନ

ଚରିତାର୍ଥ ହେଉ    ପୁରୁଷ ଉତ୍ତମ

     ଦିବ୍ୟଆଶା ନିବେଦନ ll


Rate this content
Log in

Similar oriya poem from Classics