STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ସମ୍ମୋହନ

ସମ୍ମୋହନ

1 min
213


ସମ୍ମୋହନ କଳାରେ 

କାହାକୁ ଯେ ନକରିଛ ବଶୀଭୂତ !

ସେଦିନ ସେ ଭାଦ୍ର କୃଷ୍ଣ ତିଥିରେ 

ପିତା ମାତା ଓ ଶହ ଶହ ପ୍ରହରୀ 

ପାଦରୁ ଫିଟିଲା ଶିଙ୍କୁଳି 

ଆତ୍ମଗୋପନ କରିବାକୁ 

ଚାଲିଗଲ ବନମାଳୀ 


ଅଜା ଉଗ୍ରସେନଙ୍କ ପୂଣ୍ୟ ବଳେ 

ଦର୍ଶନ ଦେଇ ଅବହେଳେ 

ଯମୁନା ଦେବୀ ଛାଡିଦେଲେ ବାଟ 

ବାସୁକୀ ଖୋଲିଦେଲା ସପ୍ତଶୀର କବାଟ 

କୁଆଁ କୁଆଁ ସମ୍ମୋହନେ

ରଙ୍ଗରେ ରଙ୍ଗେଈ ଗୋପପୁର 

ଆହା ମୋ ନନ୍ଦ କୋଳେ ଗୋବିନ୍ଦ 


କେତେ କଲ ଛନ୍ଦ 

ଗୋପବାଳା ସମେସ୍ତେ ବିମୁଗ୍ଧ 

ସମ୍ମୋହନେ ବଶୀଭୂତେ 

ଶହ ଶହ ପତି ହେଲେ ନଂପୁସକ 

ଆକଟିଲେ, ଦେଖେଇଲ 

ଯଶୋଦାଙ୍କୁ, ବିଶ୍ଵରୂପ 

ସଖା ଅର୍ଜ୍ଜୁନ ଓ ସଖି ଦ୍ରୌପଦୀ 

କହୁଥିଲେ ନାଟକୁଟ ନାଗର କଳା ଗୋବିନ୍ଦ 


ମୋ ପରି ଛାର କବୟିତ୍ରୀ ଟିର 

ବାଳୁଙ୍ଗା ଠାକୁର ଶବ୍ଦ ପ୍ରୟୋଗରେ 

ପେଷିଲ ବିଶଲ୍ୟକରଣୀ 

ଏଵେ ଖାଲି କହେ କୃଷ୍ଣ କୃଷ୍ଣ 

ତୁମ ହସରେ ଓ ବଂଶୀରେ ବୀଜମନ୍ତ୍ର 

ପୋଷା ଶୁକ ପକ୍ଷୀ କହେ କାନେ କାନେ 

ଦାମୋଦର କୃଷ୍ଣ କୃଷ୍ଣ ହେ ମାଧବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract