ଜୀବନ
ଜୀବନ
ଜୀବନ ଦଦରା ନାଆ .....୨ଥର
ନିଃଶ୍ୱାସ ପ୍ରଶ୍ଵାସ ଦକ୍ଷିଣା ପୁବେଇ
ସଂସାର ସାଗରେ ବହିଲା ବାଆ ... ।୦
ହାତ କାତ ତୋର ନାବକୁ ଆହୁଲା
ଦିଦିନ ଓଳିକ ପଥ ତୋର ଚଲା ,,
ସମୟ ଅଳପ ଭାଵନା କଳପ
ଜୀବନ ଯନ୍ତ୍ରଣା ଘୋର ଅନୁତାପ ,,
ନିଜେ ପଥ ଚିହ୍ନି ତୁହି ଆଗକୁ ଯାଆ........।୧
ଜଞ୍ଜାଳ ରୂପରେ ତୋ"ଆଗେ ଲହଡ଼ି
ଖାଲି ମିଛ ମୋହ ମାୟାର କୁହୁଡ଼ି ,,
ସମୟ ଟାଣୁଛି ଲୋଭକୁ ଦେଖାଇ
ବିଚଳିତ ମନ ଅଚଳ ହୁଅଇ ,,
ଛଳ କଉତୁକ ଭରା ଏଇ ଦୁନିଆଁ..........।୨
ଜନମି ମରତେ ମାନବ ଦେହରେ
ବିଚାର ଚେତନା ସବୁ ତୋ ପାଖରେ ,,
ସନ୍ଥଙ୍କ ଆଶିଷ ସାଧୁ ସଙ୍ଗ ମେଳ
ଦେବଙ୍କ ଦାନ ର ଉପଦାନ ବଳ ,,
କରିଛୁ"କି ଦିନେ କେବେ ନିର୍ଣ୍ଣୟ କିଆଁ.........।୩
ଯେଦିନ ପବନ ଅଚଳ ହୋଇବ
ଶେଷଘାଟେ ଯାଇ ହେବ ତୋର ଠାବ
କେତେ ବା ମାନିଛୁ ସଂସାର ନିୟମ
କରିବା କରମ ଅର୍ଜିତ ଧରମ
ଶେଷ ନ୍ୟାୟ ପାଇଁ ତୋର ହୋଇବ ସାହା.....।୪