ସକାରଣ
ସକାରଣ
ସବୁ ଶୁନ୍ୟତା ରୁ ପୂର୍ଣ୍ଣଗଭା
ସବୁ ନିରାଶାରୁ ପରିପକ୍ଵ ଆଶା
ଅସଂଖ୍ୟ ପେଟ ଜ୍ବାଳାର ଭାଗ୍ୟ
ଅନେକ ସମାଧାନର ତଥାସ୍ତୁ ରେ
ଜୀ ରହିଥାଏ ପାଳଭୂତ
ସହି ସହି ଖରା କାକର ବର୍ଷା ଶୀତ
ସବୁ ସହନଶୀଳତା ଗୁଣ
ନିଆରା ପରିଚୟ ରେ ନଥାଏ
ମାନ କି ଅଭିମାନ
ଏ ମଣିଷ ବୁଝେ କି ତାର ସ୍ୱାର୍ଥ କଣ?
ସେଇ ମାଟି ହାଣ୍ଡି ମୁଣ୍ଡ
ପୁରୁଣା ପୋଷାକ ର ଆବରଣ
ଜଗିଥାଏ କରି କରି ଭାଗ୍ୟ ନିର୍ଦ୍ଧାରଣ
ନିରୁତ୍ସାହିତା କୁ ତଡି
ଶତ୍ରୁ କୁ ଘଉଡ଼ି
ଚାଷୀ ର ମୁଖେ ଦେବାକୁ ହସର ରାଣ
ପବନରେ ପତଙ୍ଗକୁ
କରୁଥାଏ ବାରବାର ବରାବର ବାରଣ
ତା ଢିମା ଢିମା ଆଖିରେ
ଚାଷୀ ଦେଖେ ଉଜ୍ଜ୍ୱଳ କିରଣ
ସୂର୍ଯ୍ୟ ଉଇଁବାଠୁ ଅସ୍ତଯାଏଁ
ପୁଣି ଦିନରାତି ବିତୁଥାଏ
ନିର୍ଜୀଵ ସେ କେଡେ ସକାରଣ
ଅନ୍ୟର ସମସ୍ତ ସ୍ବପ୍ନ କୁ
କରିବାକୁ ସରଳ ସମୀକରଣ
ମୁଁହରୁ ରଙ୍ଗ ଛାଡ଼ିଗଲେ ବି
ସେହିଁ ତ ସବୁ ରଙ୍ଗ ରୂପର କାରଣ l