Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

କ୍ରମଶଃ

କ୍ରମଶଃ

1 min
231



କ୍ରମଶଃ କ୍ରମଶଃ ଚାଲେ ଗଡି ଏ ଜୀବନ

ପରିସ୍ଥିତି ସାଥେ ଲଢି ଲଢି ଅହରହ ।

ଆଗକୁ ଆଗକୁ ବଢ଼ି ବଢ଼ି ପ୍ରତି କ୍ଷଣେ

ଅବାଟ ରେ ଯାଏ କେବେ କେବେ ପଥ ହୁଡ଼ି ।

ଜଞ୍ଜlଳ ରେ ସଢି ପୁଣି ପଡ଼ି ଥାଏ କେବେ

ଜନମ ରୁ ମୃତ୍ୟୁ ଯାଏଁ କ୍ରମଶଃ କ୍ରମଶଃ ।

 ଚାଲେ ଏହି ପରି ଘଟି ବାର ବାର ନିତ୍ୟ

 ନୈମିତ୍ତିକ ଘଟଣା ର ପ୍ରବାହ ପ୍ରସାରି ।

ଦୁଃଖ ଶୋକ କୋହ ତାପ ତୀବ୍ର ତର ଘlରି

ଅସହ୍ୟ ଯନ୍ତ୍ରଣା ଅନୁଭବ ବାରମ୍ବାର ।

ଅପମାନିତ କରାଏ ପ୍ରାଣ ନିରନ୍ତର

ଜୀବନ ବିକାଶ ଲାଗି ଅଜସ୍ର ବିପୁଳ ।

ଭଣ୍ଡାର ର ପରିପୂର୍ଣ୍ଣ ବିଭବ ରେ ଭରା

ଅନନ୍ୟ ସୁରଭି ମୟ ସୃଜନ ନିଆରା ।

ପରମ୍ପରା ରାଜି କେତେ ଖୁସି ଅବିରତେ

ଚଳାଇ ଆସୁଛି ନିତି ଜୀବ ର ପ୍ରଶ୍ଵlସ ।

ଆଶା ଭରସା ସପନ ସାଥି କରି ଲୋକ

ସଂସାର ପଥ ରେ ଚାଲି ଥାଆନ୍ତି ଆଗେଇ ।

ଆନନ୍ଦ ରେ କେବେ କଟେ କେବେ ବା ବିଷlଦେ

ସୁଖ ଦୁଃଖ ହସ କାନ୍ଦ ଭଲ ମନ୍ଦ ଚିର ।

ଚରା ଚରେ ତୀବ୍ର ତରେ ଭ୍ରମାଏ ସଂସାର

ନିରାଶା ମଧ୍ୟରେ ଦ୍ଵନ୍ଦ୍ୱ ହୁଏ ଗତିଶିଳ ।


Rate this content
Log in

Similar oriya poem from Action