STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

କର୍ମ ଚାହିଁ ଫଳ

କର୍ମ ଚାହିଁ ଫଳ

1 min
215

ବିଶ୍ଵ ଜନ ମନ ବଡ଼ ଭୟ ପୂର୍ଣ୍ଣ ଛାତିରେ ଛନକା ମାଡ଼

ପ୍ରକୃତି ପ୍ରକୋପ ବଢିଚାଲେ ଦୁଃଖ ମାନବ ନୟନ ଫେଡ।

ଭାଇ ପାଇଁ ଏବେ ଭାଇଟି ଭଗାରୀ ମାଆ ଲାଗି ପୁଅଝିଅ

ଜୀବନେ ଆମର କେଉଁ କର୍ମଫଳ ନେତ୍ରେ ଭରିଦିଏ ଲୁହ।

ପାଶେ ଥାଇ ଲାଗେ ଯେହ୍ନେ ବହୁଦୂରେ ପ୍ରିୟ ଲାଗି ପ୍ରିୟତମା

ଚଉଦ ଦିବସ ଏହି ସଙ୍ଗରୋଧ କରେ କେଉଁ ଦୋଷ କ୍ଷମା।

ଆନ ହୃଦୟରେ ଦୁଃଖ ଭରିଥିଲେ ଫେରିଆସେ ଆମ ପାଶେ

ଯେମିତି କରମ ସେମିତିକା ଫଳ ଲଭେ ଏ ମାନବ ଶେଷେ।

ସୁଖ ଯଦି ଲୋଡା ସୁଖ ବାଣ୍ଟି ଥୋଡା କର ପର ଉପକାର

ଅଳପ ଧନରେ ସନ୍ତୁଷ୍ଟ ହେବାରେ ଅତି ଲୋଭ କାହିଁ କର?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract