କର୍ମ ଚାହିଁ ଫଳ
କର୍ମ ଚାହିଁ ଫଳ
ବିଶ୍ଵ ଜନ ମନ ବଡ଼ ଭୟ ପୂର୍ଣ୍ଣ ଛାତିରେ ଛନକା ମାଡ଼
ପ୍ରକୃତି ପ୍ରକୋପ ବଢିଚାଲେ ଦୁଃଖ ମାନବ ନୟନ ଫେଡ।
ଭାଇ ପାଇଁ ଏବେ ଭାଇଟି ଭଗାରୀ ମାଆ ଲାଗି ପୁଅଝିଅ
ଜୀବନେ ଆମର କେଉଁ କର୍ମଫଳ ନେତ୍ରେ ଭରିଦିଏ ଲୁହ।
ପାଶେ ଥାଇ ଲାଗେ ଯେହ୍ନେ ବହୁଦୂରେ ପ୍ରିୟ ଲାଗି ପ୍ରିୟତମା
ଚଉଦ ଦିବସ ଏହି ସଙ୍ଗରୋଧ କରେ କେଉଁ ଦୋଷ କ୍ଷମା।
ଆନ ହୃଦୟରେ ଦୁଃଖ ଭରିଥିଲେ ଫେରିଆସେ ଆମ ପାଶେ
ଯେମିତି କରମ ସେମିତିକା ଫଳ ଲଭେ ଏ ମାନବ ଶେଷେ।
ସୁଖ ଯଦି ଲୋଡା ସୁଖ ବାଣ୍ଟି ଥୋଡା କର ପର ଉପକାର
ଅଳପ ଧନରେ ସନ୍ତୁଷ୍ଟ ହେବାରେ ଅତି ଲୋଭ କାହିଁ କର?
