STORYMIRROR

Bibhu Samanta

Romance Others

2  

Bibhu Samanta

Romance Others

କଫି ଟେବୁଲ୍ ର କବିତା

କଫି ଟେବୁଲ୍ ର କବିତା

1 min
176

 

ମୁଁ କିଏ ତୁମେ ଜାଣ? 

 ତୁମ ପର୍ସର ଅନ୍ଧାର ଭିତରୁ

ସ୍ପର୍ଶ ଟିକେ ପାଇଁ ବାହନା ଖୋଜୁଥିବା 

ଖୁଚୁରା ପଇସାର ଝମଝମ ସ୍ୱରଟିଏ।


ମୁଁ କିଏ ତୁମେ ଜାଣ?

ତୁମ କଥା ପଦେ ଶୁଣିବାକୁ 

 ରାତି ଅଧରେ ତୁମକୁ

ଆକ୍ତାମାକ୍ତା କରୁଥିବା 

ନୂଆ ମୋବାଇଲକୁ ଅଜଣା ନମ୍ବରରୁ କଲ ଟିଏ।


ମୁଁ କିଏ ତମେ ଜାଣ?

ତୁମ କଫି ଟେବୁଲରେ

ତତଲା କପରେ ଘାଣ୍ଟି ହୋଇ

ସ୍ୱାଦ ଭରୁଥିବା ଷ୍ଟିଲ ଚାମଚ ଟିଏ।


ଏବେ ତୁମେ ପଚାରିପାର, ତମେ କିଏ?

ମୋ ଝାଳ ମିଶା ଲୁହ ପି'

ସ୍ନେହର କୋମଳ ପରଶ ଦେଉଥିବା

ବାସ୍ନା ରୁମାଲ ଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance