STORYMIRROR

Sumitra Nayak

Tragedy

4  

Sumitra Nayak

Tragedy

କୋରନା ପ୍ରକୋପ

କୋରନା ପ୍ରକୋପ

2 mins
455

କୋରୋନା ର ଏହି ରୁଦ୍ର ପ୍ରକୋପେ

  ସମସ୍ତେ ଯେ କ୍ଷତ ଗ୍ରସ୍ତ

କେଉଁଠି ପଡିଛି କୁଢ କୁଢ ଶବ

  ସର୍ବେ ଏଠି ରୋଗା ଗ୍ରସ୍ତ ।


ପିତା ଛୁଉଁ ନାହିଁ ନିଜ ସନ୍ତାନ କୁ

  ସମ୍ପର୍କ ର ମୂଲ୍ୟ ଶୂନ୍ୟ

କୋରୋନା ତାଣ୍ଡବ କରୁଛି ବିଶ୍ଵରେ

   ବିଶ୍ୱ ବାସୀ ହତା ଗ୍ରସ୍ତ ।


ଦୋଷ ଦେଉଛନ୍ତି ସର୍ବେ ଚୀନ୍ କୁ

   ନିଜ ଦୋଷ ମଧ୍ୟ ଦେଖ

ପ୍ରକୃତି ର କ୍ଷତି କରୁଛ ସମସ୍ତେ

   ନିଜର ଭି ଅଛି ଦୋଷ ।


ପ୍ରଯୁକ୍ତି ବିଦ୍ୟା କୁ ପ୍ରଶ୍ରୟ ଦେଇକି

    ପ୍ରକୃତି ର କ୍ଷତି କର

ସହିବାର ମଧ୍ୟ ସୀମା ଗୋଟେ ଅଛି

    ଅସହ୍ୟ ପ୍ରକୃତି ବୀର ।


ନିଜ ଇଚ୍ଛା ଧ୍ୟାଇ ବୃକ୍ଷ କାଟୁ ଅଛ

   ଜଳ ର ଦୁରୁପୋଯୋଗ

କ୍ଷତି ର ଭରଣା କେ କରିବ ଆଉ

   କରି ଚାଲିଅଛ ଭୋଗ ।


କରୁଅଛ ପୁଣି ଜୀବ କୁ ଆହାର

  କଞ୍ଚା ମାଂସ ଖାଅ ଝିଣି

ଅସରନ୍ତି ଧୂମ ମିଶାଇ ବାୟୁରେ

   କର ତାକୁ ବିଷ ପୁଣି ।


କେ ଖୋଳି ଖାଏ ଖଣି ଭାଣ୍ଡର କୁ

  ଉତ୍ତୋଳନେ ନାହିଁ ରେଖା

ବାଜୁ ନାହିଁ ଦେହେ ପ୍ରକୃତି ପବନ

   ସର୍ବେ ଏସି ଘରେ ଦେଖା ।


ପଡୁ ନାହିଁ ଦେହେ ସୂରଜ ର ତେଜ

   ସର୍ବେ ଛାଇ ତଳେ ବାସ

ଖାଉ ନାହିଁ ଆଉ ପରମ୍ପରା ଖାଦ୍ୟ

    ଖାଏ ଅପପୁଷ୍ଟି ଖାଦ୍ୟ ।


ପ୍ରକୃତି ର ଆଉ ରଖି ନାହିଁ ସତ୍ତା

   ଖାଇ କରିଲେଣି ଖୋଳ

ବ୍ୟବହାରେ ତାଙ୍କ ନାହିଁ ଉପଯୋଗ

   ପାଉଛନ୍ତି କର୍ମ ଫଳ ।


ବିପଦ ସମ୍ମୁଖେ ପଡୁଅଛ ଯେବେ

   ଦୋଷ ଅଟେ ଆର ତାର

କେହି କହୁ ନାହ ପ୍ରକୃତି ସହିତ

   ଘଟୁ ଥିବା ଅନ୍ୟାର ।


ପରିଣାମ ସ୍ୱରୂପ ମିଳୁଅଛି ଯେତେ

   ପ୍ରାକୃତିକ ବିପର୍ଯ୍ୟୟ

ଯେମିତି କରିବ ସେମିତି ଭରିବ

   ଏହା ଅଟେ ନିୟତି ର।


କ୍ରୋଧ ଆସୁଅଛି ଏ ମାନବ ସାମାଜ

  କେଡେ ସେ ନିର୍ଦ୍ଦୟ ରୁଷ୍ଟ

ପ୍ରକୃତି ଭାରସାମ୍ଯ କୁ ଅସନ୍ତୁଳିତ କରି

   କରେ ତାକୁ ଚ୍ଛିନ୍ନ ଛିନ୍ନ।


ସୁଧୁରି ଯାଅ ସର୍ବେ, କ୍ଷତି କର ନାହିଁ

    ପ୍ରକୃତି ଭବ୍ୟ ଶୋଭା କୁ

ନିଜ ଠାରୁ ସର୍ବେ ଆରମ୍ଭ ଯେ କର

  ପରିବର୍ତ୍ତନ ର କର୍ମକାର କୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy