STORYMIRROR

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

କୋରଡ

କୋରଡ

1 min
127


କାଠ ହଣା ଚଡେଇ

ନିତି ଆସି ଗଛେ ବସି

ଥଣ୍ଟେ ତାର ଦିଏ କାଠ ଛଡେଇ।

ଗଢ଼ିଥିଲା କୋରଡ

ନିଜ କାମ ପାଇଁ କେବେ

ଭାବିନାହିଁ ନିଜକୁ କେବେବଡ।

ଦିନେ ଝଡ ରାତିରେ

ପେଚା ଟିଏ ଉଡ଼ିଆସେ

ବସେ ଯାଇଁ ସେଇ ଗଛ ଛାତିରେ।

ଝଡ ବର୍ଷା ବତାସ

ମରିବା ବଞ୍ଚିବା ଘେନି 

 ବିକଳରେ ହୋଉଥିଲା ହତାଶ ।

ଦେଖେ ଗଛ କୋରଡ

ପଶିଗଲା ଭିତରକୁ

ହଟିଗଲା ମନରୁତାର ଡର ।

ରାତି ପାହି ସକାଳ

କାଠହଣା ଦେଖେ ଆସି

ଭାଙ୍ଗିଅଛି ଗଛ ପତର ଡାଳ।

ଦେଖେ ତାର କୋରଡ

 ଥକି ପଡ଼ି ସୋଇ ପେଚା

ମାରୁଥିଲା ନିଦରେ ଘଡ଼ ଘଡ।

କାଠ ହଣା ବିଚାରେ

କିଏତୁ କୋରଡରେ

ଅବାଧରେ ତାକୁ ଡାକି ପଚାରେ ।

ଆଖି ମଳି ନିଦରୁ

ପେଚା କହିଲା ଭାଇ,

କାଲି ବଂଚିଗଲି ମୁଁ ମରୁମରୁ ।

ତୁମେ ମୋର ଦେବତା

ଗଢି ଦେଇଥିଲ ବୋଲି

 ରକ୍ଷା ହେଲା ଗୁଞ୍ଜି ଦେଇମୋ ମଥା।

ଥଣ୍ଟ ନେଇ କାନରେ

ମନେ ରଖ ପରିଶ୍ରମ 

କାର ବୃଥା ହୁଏ ନାହିଁ ମନରେ।

ମୋର ଛୋଟ କରମ

ତୁମ କାମେ ଲାଗିବାରୁ

କହିପାର ଅରଜିଲି ଧରମ ।

କାଠ ହଣା ଚଦେଇ

ଉଡିଗଲା କେଉଁ ଆଡେ

ମୋହ, ମାୟା ବନ୍ଧନ ଛଡେଇ।


Rate this content
Log in

Similar oriya poem from Action