STORYMIRROR

Kabiratna Nutan Kumar Behera

Abstract Action

4  

Kabiratna Nutan Kumar Behera

Abstract Action

ଆନନ୍ଦ କୁଆଡ଼େ ବିକ୍ରିହେଉଛି

ଆନନ୍ଦ କୁଆଡ଼େ ବିକ୍ରିହେଉଛି

2 mins
406


ଆନନ୍ଦ କାହିଁ ତାକୁ ପାଇବାକୁ 

ଜୋରସୋର ଖୋଜା ଚାଲିଛି

କିଏ କୁଆଡେ କହୁଛନ୍ତି

ଆନନ୍ଦ ଆଜିକାଲି ବଜାରରେ ବିକ୍ରି ହେଉଛି

କେତେ କଥା ଶୁଣିବାକୁ ମିଳୁଛି

ଆଗରୁ ପିଲାବେଳେ ଯେବେ ମେଳା ବୁଲି

କଣ୍ଢେଇଟିଏ କିଣୁ ଥିଲୁ

ସାଥୀରେ ବେଲୁନ୍ ବାଦାମ ଭଜା

ବୁଟ ମଟର ଚଟପଟି ଝୁରି ବୁନ୍ଦିଆରେ

କି ଆନନ୍ଦ ଥିଲା କିଣିବାରେ ଏ ସବୁ

ଏବେ ଏ ସବୁରେ ଆଦର ନାହିଁ

କି ଆନନ୍ଦ ଟିକିଏ ବି ନାହିଁ

ଟିକିଏ ଟିକିଏ ଅଛି ରାସ୍ତା କଡ଼ ଦୋକାନରୁ

ଗୁପଚୁପ୍ ଚାର୍ଟ କିଣି ଖାଇବାରେ

ଆଉ ଟିକିଏ ବେଶି ଆନନ୍ଦ ଅଛି

ରେଷ୍ଟୁରାଣ୍ଟର ପିଜା ବରଗଡ ଚାଉମିନ୍ ରେ

ମୁଢ଼ି(ଭୁଜା) ଚୂଡ଼ା, ପଖାଳରେ

ନାହିଁ ତ ଏଇନେ ଟିକିଏ ବି ଆନନ୍ଦ

ଆରିସା କାକରା ପୋଡ଼ପିଠା କଥା ଛାଡ଼

ସେ ସବୁ ହେଲାଣି ବେକାରିଆ ଖାଦ୍ୟ

ଭଲ ଖାଇବାରେ ଭଲ ପିନ୍ଧିବାରେ

କୁଆଡ଼େ ଖୁନ୍ଦାଖୁନ୍ଦି ହୋଇ

ଆନନ୍ଦ ହିଁ ଆନନ୍ଦ ଭରି ରହିଛି

କିଣି ପାରିଲେ ହେଲା...

ପେୟାର୍ ପେୟାର୍ ଡ୍ରେସ୍

ହଳ ହଳ ନୂଆ ଡିଜାଇନ୍ ର ଯୋତାରେ 

ସବୁ ଆନନ୍ଦ ଚକ୍ ଚକ୍ ଦିଶୁଛି

ବେଶି ବେଶି ସପିଙ୍ଗ୍ କରିବାରେ

ଜାଗାବାଡ଼ି ଗାଡ଼ି ଘୋଡ଼ା କିଣିବାରେ

କୋଠା ଉପରେ କୋଠା ତୋଳିବାରେ

କୁଆଡ଼େ ସବୁଠୁ ବେଶି ଆନନ୍ଦ ଅଛି

ଏଇ କିଛି ଦିନ ହେଲା ବଜାରକୁ

ବଡ ମୋବାଇଲ୍ ଆସିଛି

ତାକୁ ଯିଏ କିଣୁଛି ବହୁତ ଆନନ୍ଦ ପାଉଛି

ଏତେ ଆନନ୍ଦ ଯେ ଭୋକ ଶୋଷ 

ଏକଦମ୍ ଭୁଲି ଯାଉଛି 

ଆଖିରୁ ନିଦ ବି ହଜି ଯାଉଛି

ଟାଇମ୍ ଜଣା ପଡୁନି କଟି ଯାଉଛି

ଆଗରୁ ଶୁଣିଥିଲୁ ଅନୁଭବ କିଛିଟା କରି

ଅଙ୍ଗେ ବି ନିଭେଇଛୁ...

ନିଜ ପ୍ରତିଭା ବିକାଶ କରିବାରେ

ଚରିତ୍ର ଗଠନରେ ଧ୍ୟାନ ଦେଉଥିଲୁ

ସ୍ବଭାବ ଗୁଣ ଉତ୍ତମ ରଖି

ଆତ୍ମତୃପ୍ତି ପାଉଥିଲୁ ଆନନ୍ଦ ଲାଗୁଥିଲା

ଏବେ ତ ଯିଏ ଯାହାର ବ୍ୟସ୍ତ

କଥା ବି ମାପିଚୁପି ନିହାତି ଦରକାର ପଡ଼ିଲେ

କିଣିବାକୁ ତ ସବୁ ମିଳୁଛି

କାହାକୁ କିଛି ଉପଦେଶ ବା ପରାମର୍ଶ ଦେଲେ

ମୁହଁ ମୋଡ଼ି ଚାଲି ଯାଉଛି ତା ବାଟରେ

ଭାବୁଛି ବାଜେ ଲୋକଟା ବକ୍ ବକ୍ ହେଉଛି

କାମ ନାହିଁ ପଛରେ ପଡ଼ିଛି ଅଯଥା

ଏମାନେ ଜମାରୁ ଆପ୍-ଟୁ-ଡେଟ୍ ନୁହଁନ୍ତି

ପୁରା ମଫ ବୋକା ଓଲ୍ଲୁ ଅନାଡି  

ନିଜକୁ ନିଜେ ଭାରି ହୁସିଆର ଭାବୁଛି

ଦରକାର ପଡ଼ିଲେ ବଜାରରୁ ତ

ପେଟି ପେଟି ଆନନ୍ଦ କିଣି ଆଣୁଛି

ଆଗପରି ନାହିଁ ଘନିଷ୍ଠ ସମ୍ପର୍କର ଭାବ 

ସେ ସଂପର୍କ ବି ପରା କିଣିବାକୁ ମିଳୁଛି

କିଣିବାରେ ହିଁ ମଣିଷ ଆନନ୍ଦ ପାଉଛି

ହେଲେ କାହିଁ କାହା ପାଖରେ ଶାନ୍ତି ତୃପ୍ତି

ଏତେ ପରେ ବି ସବୁ ଗଡ଼ବଡ଼

ଜୀବନଟା ଯାକ ଦହଗଞ୍ଜ ହେଉଛି

ସତରେ କଣ ଆନନ୍ଦ କିଣିବାକୁ ମିଳୁଛି ?

  


   

   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract