ନାରୀ ସୁରକ୍ଷା
ନାରୀ ସୁରକ୍ଷା
ସ୍ତ୍ରୀ ଜାତି ତ ଦକ୍ଷତାରେ
ଅଟେ ଭରପୁର
ପୁରୁଷ ଓ ସ୍ତ୍ରୀ ଦୁଇ ପାର୍ଶ୍ୱ
ଏକ ମୁଦ୍ରାର l
ନାରୀ କୁ ଆମେ ସବୁ କୁହେ
ନାରାୟଣୀ
ସେ ପରା ଅଟେ ମଣିଷ ଜାତିର
ସୃଜନ କାରିଣୀ l
ନାରୀ ତ କେବେ ଅବଳା ଓ
ନିର୍ବଳା ନୁହେଁ
ପୁରାଣଓ ଇତିହାସ ତାହାର
ଦକ୍ଷତା ସୂଚାଏ l
ଗାର୍ଗୀ ଲୋପାମୁଦ୍ରା ସଂଘମିତ୍ରା
ଲୀଳାବତୀ
ବିଶ୍ୱବରା ମୈତ୍ରେୟୀ ପ୍ରସିଦ୍ଧି
ହୋଇଛନ୍ତି l
ପଦ୍ମିନୀ, ଅହଲ୍ୟା, ମୀରାବାଈ,
ଓ ଲଷ୍ମୀବାଇ
ଉଡ଼ାଇଛନ୍ତି ନିଜ ଟେକ ପ୍ରେମ
ଭାବନାରେ ରହି l
ସରୋଜିନୀ, ଇନ୍ଦିରା, ନନ୍ଦିନୀ,
କଳ୍ପନା ଓ ସlନିଆ
ଦକ୍ଷତାର ପରିଚୟ ଦେଇ ରଖି
ଗଲେ ଦେଶର ନାଆଁ ।
ନାରୀ ସୃଷ୍ଟି କରେ ମଣିଷଙ୍କୁ ସେ
ସୃଷ୍ଟି ସମୃଦ୍ଧିର ମୂଳ ଆଧାର,
ସେ ଅଟେ ମମତାମୟୀ, ଦୟା, ସ୍ନେହ,
ପ୍ରେମର, ସଭିଙ୍କୁ କରେ ନିଜର l
ନାରୀ ଜଗତର ଶିରୀ ତା'ବିନା ତ
ସମ୍ଭବ ହୁଏନି ସଂସାର
ତେବେ ଫିକାଫିକା ଲାଗେ ନାରୀର
ଚପଳତା, କଟେ ନିରାଶ ଭିତର l
କହୁଛ ବହୁ ପୂଣ୍ୟ ଫଳେ ଦୁହିତା
ହୁଅଇ, ସେ କୂଳବଧୂ ପରା କୂଳର,
ମମତାରେ କରେ ସିଏ ଏକା ଘରକୁ,
ବୈକୁଣ୍ଠ ସମାନ ଓ ଆପଣାର l
ପିତୃକୈନ୍ଦ୍ରିକ ଅହମିକାରେ ପୁରୁଷ
ପୁରୁଣା କାଳର ମଳୟ ହଜେଇଛି
ଭୁଲି ଏ ଘରକୁ ଯିଏ କରେ ନିଜର, ଗଢେ
ବୈକୁଣ୍ଠ, ତାକୁ ଦୁଃଖ ଦେଉଛି l
ଯୌତୁକ ଯୁଇରେ ବଧୂ ଜଳୁ ଅଛି ନୁହେଁ
କି କୁସଂସ୍କାର ପ୍ରଥା ସେହି
ନାରୀ ନିର୍ଯ୍ୟାତନାର ଶୀକାର ହେଉଛି
ଆଜି କାମୁକ ପୁରୁଷ ପାଇଁ l
ଘରକୁ ବୈକୁଣ୍ଠ ସମାନ ଗଢିବା ଯାହାର
ସ୍ଵପ୍ନ, ପିଇ ଚାଲିଛି ଯାତନା ଗରଳ ନୀର
କୁଳବଧୂ ଉପରେ ଘରୋଇ କଳି ରୋକିବା
ପାଇଁ ଆଇନର ହେଲା ଦରକାର l
ଶିଶୁ କନ୍ୟା, ଯୁବତୀଙ୍କୁ ଅପହରଣ କରି
ପୁରୁଷ ପଣ ଦେଖାଉଛୁ
ଏହା ନୁହେଁ ଜାଣ ମଣିଷ ପଣିଆ, କ୍ରୂର
ମଣିଷର ମିଛ ସଂସ୍କୃତି ହୋଇଛି ।
ଏହି ଘୃଣ୍ୟ ସଂସ୍କୃତି ତ ଉଜୁଡା ଉଜୁଡା
କୃଷ୍ଣଚୂଡା ରଙ୍ଗ ହଜାଇଛି କୁସୁମ ବାସ
ଜାଣ ଏହା କେବେ ଆଙ୍କିବନି ପ୍ରେମର
ଚାରୁଚିତ୍ର ମଧୁକାଳେ ମଧୁମାସ ।
କର ନାହିଁ ତାକୁ ବନ୍ଦୀ, ଦିଅ ନାହିଁ ମିଥ୍ୟାରେ
ଛନ୍ଦି, ମୁକ୍ତ ବିହଙ୍ଗର ଭାବନା ଯୋଗାଅ,
ଦିଅ ତା'ରେ ଶିକ୍ଷା, କର ହେ ସୁରକ୍ଷା,
ସମାଜରେ ସକଳ ସୁବିଧା ଦିଅ ।
ମାତୃଜାତି ସାରା ସଂସାରେ ହୋଇ
ଏକାଠି ଦେଖାଅ ଶକତି ତୋ'ର,
ହୁଅ ସାବିତ୍ରୀ ଅବା ଦ୍ରୌପଦୀ, ଲକ୍ଷ୍ମୀବାଇ
ଓ ପଦ୍ମିନୀ, ବିଶ୍ୱରେ ସମ୍ମାନ ପ୍ରତିଷ୍ଠା କର ।
ଅପସଂସ୍କୃତିରେ ପୁରୁଷ ମନ କାହିଁକି ଅଵୁଝା
ହେଉ ଖଳନାୟକ ସାଜୁଛୁ ଅବାଟେ ଧାଇଛୁ
ଦୟା, କ୍ଷମା, ସ୍ନେହ, ପ୍ରେମ ସୁଗୁଣ ଓ
ବିବେକକୁ ହଜାଇ ରାକ୍ଷସ ସାଜୁଛୁ ।
