Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lokanath Rath

Romance Action Classics

4  

Lokanath Rath

Romance Action Classics

ଜହ୍ନ ଲୋ ଟିକେ ରହ

ଜହ୍ନ ଲୋ ଟିକେ ରହ

2 mins
431


ଏ ରାତି, ଏ ଆକାଶ, ଏ ଅନ୍ଧାର 

  ଡର ଲାଗେ କିଛି କହିବାକୁ, 

ଜହ୍ନ ଲୋ ଟିକେ ରହ ଏବେ ତୁ 

  କଥା ଦେଇଛି ସିଏ ଆସିବାକୁ |


ଏକା ଏକା ବସି ମୁଁ ତ ଭାବୁଛି 

  ତୋ ଆଲୁଅରେ ତାକୁ ଦେଖିବାକୁ, 

ଜହ୍ନ ଲୋ ଟିକେ ରହ ମୋ ପାଇଁ 

  ଚାହିଁଛି ତାର ଆସିବା ବାଟକୁ |


ତୋ ଆଲୁଅରେ ତାରା କରନ୍ତି ମିଟି ମିଟି 

  ପାଇଛି ତାର ପ୍ରେମ ପରସକୁ, 

ଜହ୍ନ ଲୋ ଟିକେ ରହ ସାଥିରେ ମୋର 

  ଆମ ପ୍ରେମକୁ ତୁ ଦେଖିବାକୁ |


ମନେପଡେ ତା ନାଲି ଓଠର ଚାପା ହସ 

   ସଙ୍ଗେ ଆଖିର କଜଳ ଗାରକୁ, 

ଜହ୍ନ ଲୋ ଟିକେ ରହ ଦେଖିବୁ ତୁ 

  ତାର ସେହି ସୁନ୍ଦର ମୁଖକୁ |


ତୋତେ ଦେଖି ଏକା ଏକା ମୁଁ ଯେ 

  କେତେ କେତେ କବିତା ଲେଖିଛି, 

ଜହ୍ନ ଲୋ ଟିକେ ରହ, ତୋ ଆଲୁଅରେ 

  ତାକୁ ଦେଖିବାକୁ ମନ କହୁଛି |


ତୋତେ ଦେଖି ଯେବେ ହସୁଥିଲା ଏହି ରାତି 

  ଭାବିଥିଲି ତାକୁ କିଛି କହିବାକୁ, 

ଜହ୍ନ ଲୋ ଟିକେ ରହ ସବୁ ଦେଖିବାକୁ 

  କେମିତି କଣ କହୁଛି ତାକୁ |


ସିଏ ମୋତେ କହୁ କହୁ କିଛି ରହିଗଲା 

   ଏବେ ଆସୁଛି ସିଏ କହିବାକୁ, 

ଜହ୍ନ ଲୋ ଟିକେ ରହ ତାକୁ ଶୁଣିବୁ 

   ଆକୁଳ ବି ମୁଁ ଜାଣିବାକୁ |


ଲୁଚି ଲୁଚି ପାଦ ଥାମି ଆସିବ ସିଏ 

   ତାର ମନ କଥା କହିବାକୁ, 

ଜହ୍ନ ଲୋ ଟିକେ ରହ ମୋ ସହିତ 

  ତା ମିଠା କଥା ଶୁଣିବାକୁ |


ଡରି ଡରି ହସ ଚାପି ବସିଛି ମୁଁ 

   ଚାହିଁ ରହିଛି ତା ବାଟକୁ, 

ଜହ୍ନ ଲୋ ଟିକେ ରହ ଭରଷା ଦେବୁ 

   ସୁନ୍ଦର କରିବୁ ମୋର ପ୍ରେମକୁ |


ଆସିବ ସିଏ ଯେବେ ପଚାରିବ ମୋତେ ସେବେ 

   ଚାହିଁବ ବି ତୋତେ ଦେଖିବାକୁ, 

ଜହ୍ନ ଲୋ ଟିକେ ରହ ତା ପାଇଁ 

   ଦେଖିବୁ ତୁ ତାର ଖୁସିକୁ |


ସେ ଆସିଲେ ତୋତେ ଦେଖି ତ କହିବ 

   ତୋ ଶୀତଳ ପରସ ପାଇବାକୁ, 

ଜହ୍ନ ଲୋ ଟିକେ ରହ ଛୁଇଁବୁ ତାକୁ 

   ଦେଖିବୁ ସୁନ୍ଦର ପ୍ରେମ ପୁଲକକୁ |


ତାକୁ ଦେଖି ତୁ ତୋର ଆଶିଷ ଦେବୁ 

   କହିବୁ ତାର କଥା ରଖିବାକୁ, 

ଜହ୍ନ ଲୋ ଟିକେ ରହ, ରାଣ ତୋତେ 

   ବୁଝାଇ ସବୁ କହିବୁ ତାକୁ |


ଟିକେ ପରେ ପାହାନ୍ତାରେ ଯେବେ ତୁ ଚାଲିଯିବୁ 

  ସେ କହିବ ମୋତେ ଫେରିବାକୁ, 

ଜହ୍ନ ଲୋ ଟିକେ ରହ ମାନିଯା ତୁ 

  ଆମ ପ୍ରେମର ସାକ୍ଷୀ ହେବାକୁ |


Rate this content
Log in