ପରିବେଶ ସୁରକ୍ଷା
ପରିବେଶ ସୁରକ୍ଷା
ତିନି ଭାଗ ଜଳ ଭାଗେ ମାତ୍ର ସ୍ଥଳ
ଏ ପୃଥିବୀରେ
ମଣିଷର ପ୍ରାଣ ଅମ୍ଳଜାନ ଅଟେ
ସଂସାର ଭିତରେ l
ଛଅ ଋତୁ ଠିକ ଭାବେ ଚାଲୁଥିଲେ
ଝରୁ ଥିଲା ଝର
ନଦୀ ଝରଣା ଭରି ରହିଥିଲା ଲୋକ
ପାଉଥିଲେ ନୀର l
ସମୟ ସ୍ରୋତରେ ଅତୀତ ବାସ୍ତବର
ଚିତ୍ର ହୋଇଛି ଏବେ ସପନ
ଶିକ୍ଷା, ଶୃଙ୍ଖଳା, ଶିଷ୍ଟାଚାର, କଳାର
ଜୀବନ ଜୀବିକା ହୋଇଛି ଛିନ୍ନ l
ହୋଇଛି ଅବୁଝା ବିଛୁଆତି, ବାଇଡଙ୍କ
ଚରିତ୍ର ମାନଙ୍କ ଶାସନ
ମିଛ ସଂସ୍କାର ଆଉ ସଂସ୍କୃତି ନାମରେ
ନାଟୁଆ ମିଛୁଆ ମାନଙ୍କ ଶାସନ l
ଅତୀତର ଦିନ, ଝୁରୁଅଛି ମନ, ଆଜିର
ଦୁର୍ଦ୍ଦିନ ପରିବେଶକୁ ଦେଖି,
ଲାଗୁଛି ମନସ୍ତାପ, କେତେ ଦୁଃଖ ହୁଏ
ଲୁହକୁ ଝରାଏ ଆଖି l
ପରିବେଶ ସୁରକ୍ଷା ଲୋକ ଦେଖାଣିଆ
ନାଟ ହୋଇଛି ସତେ
କଥାକୁହା ଏବେକାର ନୀତି, ଧଳା କି ସତେ
ନୋହିବ ଅଙ୍ଗାର ଶତ ଧଉତେ l
ଶିଳ୍ପ ଇନ୍ଦ୍ରଜାଲ ସୁଖେ ମାତିଛି ମଣିଷ
ବଣ ଜଂଗଲ କରିଲେ ଖାଲି
ଧୂଳି ଧୁଆଁ ଆଉ ଗରଳ ଢାଳିଣ ବିଦ୍ଦୀର୍ଣ୍ଣ
କରିଛି, ସମସ୍ତେ ଯାଉଛନ୍ତି ଜଳି l
ତପ୍ତ ବସୁନ୍ଧରା ଅନଳେ ଯାଉଛି ଜଳି
ତାତିର ବୃଦ୍ଧିରେ
ସଂସାରର ଵୋଝ ବୋହି ହେଉନି କହେ
ଛଳ ଛଳ ଆଖିରେ l
ବିରାଜିତ ବିଶ୍ବେ ବିଦ୍ଦୀର୍ଣ୍ଣ ପ୍ରକୃତି ନିଦାଘ
ଉତ୍ତାପ ବର୍ଷା ବତାସ
ଦୃଶ୍ୟମାନ ହୁଏ ଅସାଧ୍ୟ ରୋଗ ମାଡି ଆସୁ
ଅଛି ଅଦ୍ଭୁତ ତ୍ରାସ l
ପ୍ରକୃତି କହୁଛି ମଣିଷକୁ ଡାକି ଶୁଣ,
ମୋ ଅନ୍ତର କଥା,
ଦିନୁ ଦିନ ବଢେ ଯନ୍ତ୍ରଣା ମୋହର
ହେଉଛି ବହୁତ ବ୍ୟଥା l
ସର୍ବସଂହା ମୁହିଁ ସବୁ ସହୁଛି ଛାତିକୁ
ପଥର କରି
ମଣିଷର କାର୍ଯ୍ୟ ଅସହ୍ୟ ହେଲାଣି
ଧୈର୍ଯ୍ୟ ପାରୁନି ଧରି l
ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା
ପୃଥିବୀର କୋଳ
ଜୀବ ଜନ୍ତୁ ଆନନ୍ଦେ ରହିଥିଲେ ଫଳୁ
ଥିଲା ବିଭିନ୍ନ ପ୍ରକାର ଫଳ l
ରଙ୍ଗ ବେରଙ୍ଗର ଫୁଲ ପ୍ରକୃତିର ଗୀତ
ଗାନ ହଜିଛି, ରହିଛି ସ୍ମୃତି ହୋଇ
ନିଜ ସ୍ୱାର୍ଥେ ପରିବେଶକୁ ଧ୍ୱଂସ କରି
ନର ଦେଇଛି ତ ସବୁ ଉଜୁଡାଇ l
ପାଇବାକୁ ହସ ରେ ମଣିଷ ସମାଜ
ଇଛା ମୋର ରହିଲା ଇତି
ନର୍ଦ୍ଦମାର ଗନ୍ଧରେ ଏ ମଣିଷ ଜୀବନ
ରକ୍ଷା କରିବା କେମିତି l
ଆଜିର ଶିଶୁ, ନିଅରେ ଶପଥ, ଗଢ଼ିବ
ଭାରତ ମାତାର ଭବିଷ୍ୟତ
ଆମ ପରିବେଶ, ଆମ ଉଜ୍ଜଳ ଆଶାର
ଜ୍ୟୋତି ତାହା କରିବ ଶକ୍ତ l
ହେବା ବୈଜ୍ଞାନିକ, ନୂଆ ସୂତ୍ର କରି ଆବିଷ୍କାର,
ଗଢ଼ିବା ଜୀବନ ଧାରଣ ଶୈଳୀ
ସୁସ୍ଥ ସମାଜ ହୋଇବ ପ୍ରକଟ, ସୃଷ୍ଟି ହେବ ବହୁ ଶାନ୍ତ
ସବୁଜ ବନାନୀ ପାଇଁ ନୂଆ ପ୍ରଣାଳୀ ।
ଜଳ ହିଁ ଜୀବନ ତାକୁ କରିବା ସଂରକ୍ଷଣ
ହେବ ଜଳର ସଦୁପଯୋଗ
ମୋର ଦୃଢ଼ ବିଶ୍ୱାସ, ଆଜିର ଶିଶୁ ଆଣି ପାରିବେ
ଆସନ୍ତାକାଲି, ନଥିବ ତିଳେ ଅଭିଯୋଗ l
