STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ଆଇନ କାହିଁକି ଅନ୍ଧ

ଆଇନ କାହିଁକି ଅନ୍ଧ

2 mins
279

ସମ୍ବାଦ ପତ୍ର ପାଠ କରି ସାରି ଟିକିଏ 

ଟିଭିକୁ ମୁଁ ଖୋଲିଲି 

କି ହେଲା ଦେଶ ଆଜି ଆଶ୍ଚର୍ଯ୍ୟରେ 

ଭାବୁଛି ଯାହା ଦେଖିଲି ।


କଥା କଟା କଟି କେବଳ ଦଳଗତ 

ମନୋଭାବକୁ ନେଇ

ଜନ ନେତା ନେତ୍ରୀ ଅପରକୁ ଦୋଷ 

ଦେଉଥିଲେ ଭାଇ ।


ମୁକ ପାଲଟିଛି ଶାସକ, ଦୋଷୀକୁ 

ଘୋଡେଇ ରଖେ ପୋଲିସ୍ 

ତୁମେ ପରା ଶାସନରେ ଅଛ, କାହା 

ବିରୁଦ୍ଧେ କର ନାଲିସ୍ ।


ଯାହାର ଅଛି ଏ ଦେଶେ ବଳ ଦଳ 

ଧନ ଏବଂ ପ୍ରତିପତ୍ତି

ପ୍ରମାଣ ଅଭାବେ ଧରା ଧରିରେ 

ପାଇ ଯାଆନ୍ତି ପରା ମୁକ୍ତି ।


ସତରେ ଦଂଗା କରି, ଦଂଗାକାରୀ 

କୋର୍ଟରେ ହୁଏ ମୁକ୍ତ

ବିଚାରପତି ପଦେ ଅଳଂକୃତ ବ୍ୟକ୍ତିର 

ମସ୍ତକ ତାଠାରେ ହୁଏ ନତ ।


ଯେଉଁ ଦେଶରେ ମା ଭଉଣୀର ଇଜ୍ଜତ 

ସଙ୍ଗେ ହେଉଛି ଖେଳ  

ସେ ଦେଶର ଜନତା ସତରେ କାହିଁକି 

ଏପରି ହୁଅନ୍ତି ମୁକ ।


କୋଟି କୋଟି ଜୀବ ଜନ୍ତୁ ସେ ବନ୍ୟ 

ଅବା ଯେ' ଗୃହପାଳିତ

ସର୍ବ ମଧ୍ୟେ ଶ୍ରେଷ୍ଠ ମାନବ ହେଉଛି 

ବୁଦ୍ଧି ଓ ବିବେକରେ ଜ୍ଞାତ ।


ସଦା ତୁମର ବିଶ୍ଵରେ ପ୍ରାଣୀର ଶୁଭ 

ମଙ୍ଗଳରେ ଧ୍ୟାନ

ସଂସ୍କୃତି କହେ ପ୍ରାଣୀ ସୃଷ୍ଟି କର୍ତ୍ତାଙ୍କ 

ସୃଜନ ସର୍ବେ ଭବନ୍ତୁ ସୁଖିନଃ ।


ସଂସାରର ହଳାହଳ ବିଷ ଭିତରେ 

ରହି ଯୋଗୀ ବୋଲି ବୋଲାଅ

କିପରି ସବୁ ଦୂଷ୍କର୍ମ ଶ୍ରୀରାମ ପ୍ରଭୁଂକ 

ନାମ ନେଇ କରି ଯାଅ ।


ଅର୍ଥ ଓ ପଦ ଆବଶ୍ୟକ, କିନ୍ତୁ ତାହା 

ତ ସର୍ବସ୍ବ ନୁହେଁ

ପ୍ରବୃତ୍ତି ଆବଶ୍ୟକ, କିନ୍ତୁ କଂସେଇ 

ପ୍ରବୃତ୍ତି ଭଲ ନୁହେଁ ।


ଏତେ ଲାଳାୟିତ ନୃଶଂସ ତମେ 

ନାରୀ ମାଂସ ପାଇଁ 

ଏତେ ନୀଚ କିଆଁ ମଣିଷତା ତୁମ 

ପାଖେ କଣ ନାହିଁ ।


ଜ୍ଞାନ ବୁଦ୍ଧି ବଳେ ମାନବ ସମ୍ଭାଳେ 

ସମସ୍ତ କ୍ରିୟା ପ୍ରକ୍ରିୟା ବିଧାନ

ସ୍ଵାର୍ଥ ଥାଇ ମଧ୍ୟ ସେ ଜୀବେ ଦୟା 

ଏହା ପରା ତାହାର ଜ୍ଞାନ ।


ଆରେ କାପୁରୁଷ ଅମଣିଷ ମାନବିକତାକୁ 

ଜଳାଞଳୀ ଦେଇ

ଛି ଛି ଛି ଏତେ ଘୃଣ୍ୟ ତମେ ଲାଭ ପାଉଛ 

ଯୁକ୍ତି କରି ଦଳ ପାଇଁ ।


ନିରିମାଖୀ, ଅଭାଗିନୀ ଝିଅ ମାନେ ଝଡି 

ଯାଉଛନ୍ତି ଅକାରଣେ

କି ଦରକାର ମନ୍ଦିର ଯେଉଁ ଦେଶ 

ସରକାର ନୀରବେ ଶୁଣେ ।


ଆଉ କେତେ ଅତ୍ୟାଚାର ହେଲେ 

ଯାଇ ଏ ଜନତା ଚେଇଁବ 

ଭଗବାନ ପରା ନିର୍ଜୀବ କେବେ ହେବେ 

ସଜୀବ, କିଏ ଉତ୍ତର ଦେବ ।


ମାଁ, ଭଉଣୀ ର ଇଜ୍ଜତ ସଙ୍ଗେ ଯେତେ

ବେଳେ ଖେଳ ଖେଳା ଯାଉଛି

କବି ପରା ସଂସାରେ ସ୍ରଷ୍ଟା ରହିଲେ 

ନୀରବ ଦ୍ରଷ୍ଟା କି ଲାଭ ସେ ପାଉଛି ।


କିନ୍ତୁ ସମାଜରେ ଅଛନ୍ତି କିଛି କବିଂକର 

ସ୍ବାତ୍ୟନ୍ତ୍ରତା ଓ ଉଚ୍ଚ ମନା

କରି ବର୍ଣ୍ଣନା ସେମାନେ ଭରି ଦଅନ୍ତି 

ସଦା ବୈପ୍ଳବୀ କାବ୍ୟିକ ଭାବନା ।


Rate this content
Log in

Similar oriya poem from Abstract