STORYMIRROR

Chittaranjan Nanda

Abstract Action Inspirational

4  

Chittaranjan Nanda

Abstract Action Inspirational

ହୋଲି, ନାରୀ ପ୍ରଗତି,ଅନୁଚିନ୍ତା

ହୋଲି, ନାରୀ ପ୍ରଗତି,ଅନୁଚିନ୍ତା

2 mins
303

ସ୍ୱାଧୀନ ହୋଇଛେ, ସମୟ ସୁଅରେ ସବୁ ବଦଳିଛି, 

ନାରୀ ଖୋଜେ ସ୍ଵାଧୀନତା ତୁମେ କୋଉଠି 

ଆଜି'ବି ମହିଳା ସୁରକ୍ଷିତ ନୁହଁନ୍ତି, ମନେ ତାଙ୍କର 

ଅନେକ ଭୟ, ସ୍ୱାଧୀନତା ନାହିଁ ତ ଏଠି।


ଅତ୍ୟାଚାର ଆଉ ବ୍ୟଭିଚାରରେ ହୋଇ ଅଣ ନିଶ୍ବାସୀ

ପ୍ରତି ମୁହୂର୍ତ୍ତରେ ଶୁଭୁଛି ନାରୀର କରୁଣ କୋହ

ମା ଗର୍ଭରୁ କନ୍ଯା ଭୃଣ'କୁ ମାରନ୍ତି, ଆଜିବି ଚାଲିଛି ତ

ସମାଜରେ ପୁରୁଣା ପ୍ରଚଳିତ ଘୃଣ୍ୟ ବାଲ୍ଯ ବିବାହ ।


ନାରୀ ଅଟେ ମାଆ, ଭଗିନୀ, ଜାୟା ଓ କନ୍ୟା,

ବୋଲୁଛ ସଂସାରରେ ସାର 

ତା ବିନା ପରିବାରର ସୁବିଧା ସୁଯୋଗ ଓ ଶୃଙ୍ଖଳା

ର କଳ୍ପନା ସବୁ ହୁଏ ଅସାର   ।


କନ୍ୟା ଶିଶୁଟିଏ ଜନ୍ମ କରି, କିପରି କୁହ ସିଜୁ 

ଵୁଦା ତଳେ ପକାଇ ଆସିବ

କୁକୁର ଶିଆଳ ଟାଣିବାରେ ତାର ଅବସ୍ଥା କଅଣ 

ହେବ ଏହାକୁ କିପରି ଭୁଲିବ।


ଏହିପରି ନରାଧମ ମାନଂକୁ ଦଣ୍ଡ ଦେବା ପାଇଁ

ଆଇନ ହୋଇଛି ୧୮୬୦ ରେ

ସାତ ବରଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ଅଛି

ପିଂଗଳ କୋଡ୍ ର ୩୧୭ ଧାରାରେ।


ପାଞ୍ଚ ବର୍ଷର ଛୁଆ ହୋଇ ଖେଳୁଥିବା କନ୍ୟାଟିଏ

ସାଙ୍ଗମାନଙ୍କ ସାଥିରେ

ପ୍ରଲୋଭନରେ ତା ସହିତ ଦୁଷ୍କର୍ମ କରିବା କୁହ ତ

ଅଛି କେଉଁ ଧର୍ମଶାସ୍ତ୍ରରେ।


ସେଥିପାଇଁ କେତେ କେତେ ନୁଆ ଦଣ୍ଡର ବ୍ୟବସ୍ଥା 

ହୋଇଛି ପିଂଗଳ କୋଡ୍ ରେ

ଜୀବନ ନାରଖାର ହେଲା ବୋଲି ନିର୍ଯ୍ୟାତନା ଦିଆ

ହୁଏ କିଆଁ ଏହି ସମାଜରେ।


କେତେ ଆଶା ନେଇ ଵାହା ହୋଇ ଆସେ ଗରୀବ

ବାପା ମାଆ ଘରର ଝିଅ

ଦେଇ ପାରିଲେନି ଯୌତୁକ, ତେଣୁ ନିର୍ଯ୍ୟାତନା ମାଡ଼ 

ମାରି କିପରି ଘରୁ ତଡି ଦିଅ।


ତିନି ବରଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ଅଛି ପିଂଗଳ 

କୋଡ୍ ର ୩୯୮ କ ଧାରାରେ

ନିଜ ବାପାମାଆ ରଖନ୍ତିନି ତାକୁ ଘରେ, ରହିବାକୁ ତ

ପଡେ କାହିଁକି ଆଶ୍ରମରେ।


ଦିନ ରାତି ଜୀବନ କଟୁଛି ମହିଳାର ଘର ଓ ଥାଳି 

ତାଟିଆଙ୍କୁ ସଫା କରିବାରେ

ଦରକାରୀ ବସ୍ତୁ ଯେତେ ସବୁକୁ ଘର ମଧ୍ୟେ ସୁରକ୍ଷିତ 

ଭାବେ ସାଇତି ରଖିବାରେ।


ସଫଳ ଜୀବନ ଯାପନ ପାଇଁକି ଭାବିଛି ସେ ଗୃହ ହିଁ 

ଅଟେ ତାହାର ମନ୍ଦିର

ପିଲାଂକର ପାଠ ପଢା ଅ ଆ ଇ ଈ ଏକ ଯୁକ୍ତ ଏକ ଦୁଇ 

ଅଟେ ଅଂଶ ନାରୀ ଜୀବନର।


ନଣନ୍ଦର ଅତ୍ୟାଚାର, ଶାଶୁର ଗଞ୍ଜଣା, ଗୁରୁ ମନ୍ତ୍ର ପରି 

ମାନିବାକୁ ହେବ ବିନା ଆପତ୍ତିରେ

ସାହି ଭାଇଂକର ଦେଖାଁଣିଆ କଥା ଶୁଣି ପାଦ ସଙ୍ଗେ ପାଦକୁ

ଯେ ଯୋଡିବାକୁ ହେଵ ତା ଜୀବନରେ।


ଛାତିରେ ଅକୁହା ବେଦନା ଧରି ଜୀଵନ ରାସ୍ତାରେ 

ଚାଲିବାକୁ ହେବ ନାରୀ ଜୀଵନରେ

ଯେତେକ ମାଜଣା ପୁର୍ବଜନ୍ମ କର୍ମଫଳ ଭାବି ତାକୁ 

ମାନିବାକୁ ହେଵ ନିର୍ଲିପ୍ତ ମନରେ ।


ଜନ୍ମରୁ ଜୁଇ ମାଟି ପର୍ଯ୍ୟନ୍ତ, ସର୍ବବ୍ୟାପି ସମୟର 

ହାତ ମୁଠାରୁ କେହି ଖସି ଯାଇ ପାରେନା

ଶାଶ୍ବତ ଭାବନରେ, ଚାଲିଛି ନାରୀ ଚକ୍ରବ୍ୟୁହରେ

ବନ୍ଧା ଭାବି ଭାବି, ମନେ ଭରି ଉନ୍ମାଦନା ।


ଶାନ୍ତି, ମୈତ୍ରୀ, ପ୍ରୀତି, ରଙ୍ଗ ପରବ,ଫଗୁଣ ପରବ, 

ବରଷକେ ଥରେ ଆଜି ଆସିଛି ହୋଲି, 

ରଙ୍ଗ ବୋଳା ବୋଳିରେ ସର୍ବ ହସ ଆନନ୍ଦରେ ଦାଣ୍ଡ 

ବାଡି ରଙ୍ଗ ଅବିରରେ ଆଜି ପଡେ ଉଛୁଳି।


ହେ ମୋର ମାଆ ଓ ଭଉଣୀ, ନଖ ବଢି ଗଲେ ନଖ 

କାଟିଥାଅ, ଆଙ୍ଗୁଠି ତ କାଟି ନଥାଅ

ଝଗଡା ସରିଲେ ଏକାଠି ରହିବା, ଘର ସଂସାରେ କଳି 

ଝଗଡ଼ାର କାହା ଘରେ ନାହିଁ କୁହ।


ପୁରୁଷ କୈନ୍ଦ୍ରିକ ସମାଜ ପଛେ ଅଛ ବୋଲି ଦୁଃଖ 

କର ନାହିଁ, ନିଶ୍ଚୟ ହୋଇବ ଆଗ

ପୁରୁଣା ତମସା ଛାଡି ଆଲୋକ ଖୋଜି ରାଧାକୃଷ୍ଣ 

ପ୍ରୀତି ଅମୃତର ନୂଆ ସକାଳକୁ ଦେଖ ।


ଶାଶ୍ବତ ଭାବନାରେ ନବ ଉନ୍ମାଦନା ଭର ଭୁଲି ଯେତେ

ଅତୀତର ଦୁଃଖ

କଣ୍ଟକକୁ ପାଦୁ କାଢି, ମାଡ଼ି ଚାଲ ନାରୀ ଏକତା ଓ 

ପ୍ରଗତିର ବାଟେ ତେବେ ପାଇବ ସୁଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract