STORYMIRROR

Secret Superstar

Action Others

4  

Secret Superstar

Action Others

କି ଫାଇଦା

କି ଫାଇଦା

2 mins
407

କି ଫାଇଦା ସେ ଦେଢ ଲକ୍ଷ ଖଟ କି 

          ଯେବେ ଶୋଇଛି ତୁମ ଝିଅ ଆଜି ଭୂମିରେ 

  କି ଫାଇଦା ସେ ଏକ ଲକ୍ଷ ସୋଫା କି 

       ଯେବେ ବସିବାକୁ ନାହିଁ ତା ପାଶେ ଛୋଟ ଚଟି ଟିଏ

  କି ଫାଇଦା ସେ ସୁନ୍ଦର ଗଡ୍ରେଜ୍ କି 

       ଯେବେ ଭଲପାଇବା ସାଇତି ବାକୁ ଖୋଜୁଛି ହୃଦୟଟିଏ 

      ନା ଭୁଲ୍ ତାର ...ନା ଭାଗ୍ୟର 

       ସେ ଏ ଜୀବନ ବାଛିଛି 

       ନିଜ ସ୍ବପ୍ନ ପାଇଁ ପୁଣିଥରେ ।।


ପୁରା ଦୁନିଆ କହେ ...ଯୌତୁକ ନେବା ପାପ ଅଟେ 

    କିନ୍ତୁ ପୀଡିତା ଯେ ଶୋସିତା ଯେ 

କିଛି ସମୟ ପରେ ଏଠି ନିଜେ ଶାସିକା ବନିଯାଏ 

    ଯୌତୁକ ନିର୍ଯାତନାରେ 

ନାରୀ ହିଁ ନାରୀର ଜୀବନ ନିଏ 

   ପୁରୁଷ ତ ଅକାରଣେ ବଦନାମ ହୁଏ 

   

  ନା ଭୁଲ୍ ତାର ...ନା ଭାଗ୍ୟର 

       ସେ ଏ ଜୀବନ ବାଛିଛି 

       ନିଜ ସ୍ବପ୍ନ ପାଇଁ ପୁଣିଥରେ  ।।


  ହଁ ଧନ୍ୟବାଦ ସରକାରଙ୍କୁ 

   ଯୌତୁକ ଦାବୀ ଉଠିଯାଇଛି ଏବେ 

କିନ୍ତୁ କିଛି ଦରକାର ନାହିଁ କହୁଥିବା ଲୋକଟା ଯେ 

    100ଟଙ୍କା ଦେବା ପରେ 

      ଟିକେ ହସି କହିଦିଏ 

  1001 ବାହାଘର ପାଇଁ ଶୁଭ ହୋଇଥାଏ 

      ଝିଅ ଘର କୁହନ୍ତି ଯେ...

   କିଛି ନଦେଲେ ଏବେ 

           ମୋ ଝିଅକୁ ଲୋକେ କଣ କହିବେ 

    ପୁଅ ଘର କୁହନ୍ତି ଯେ ...

ଆମର ଦରକାର ନାହିଁ କିଛି ଯେ 

     କିନ୍ତୁ ଲୋକ ଦେଖାଣିଆ ଦରକାର ଯାହା ଟିକେ ଦେଇଦେବେ 

 ଆଉ ଆଜି ସତରେ ..

ପ୍ରଦର୍ଶନୀ ପରି ଲୋକ ଦେଖିବାକୁ 

   ସବୁ ଛାଡି ଆସିଯାଇଛି ସେ ...


     ନା ଭୁଲ୍ ତାର ...ନା ଭାଗ୍ୟର 

       ସେ ଏ ଜୀବନ ବାଛିଛି 

       ନିଜ ସ୍ବପ୍ନ ପାଇଁ ପୁଣିଥରେ ।।


ନା ଭଗବାନ ନା ସରକାର...

         ନା ହିଁ ଏଠି ପୁରୁଷ ଦରକାର 

ନାରୀ ନିର୍ଯାତନା ଇଏ 

     ନାରୀଙ୍କୁ ଲଢିବାକୁ ହେବ ପୁଣିଥରେ 

ହଁ ହଁ ଯୌତୁକ ପ୍ରଥା ସଂପୂର୍ଣ୍ଣ ବିଲୋପ ହୋଇପାରେ 

   ଶୋଷିତ ଯେ ପରେ ଭକ୍ଷକ ନସାଜି ଯଦି ରକ୍ଷକ ବନିପାରେ 


     ନା ଭୁଲ୍ ତାର ...ନା ଭାଗ୍ୟର 

       ସେ ଏ ଜୀବନ ବାଛିଛି 

       ନିଜ ସ୍ବପ୍ନ ପାଇଁ ପୁଣିଥରେ  


 କି ଫାଇଦା ସେ ଦେଢ ଲକ୍ଷ ଖଟ କି 

          ଯେବେ ଶୋଇଛି ତୁମ ଝିଅ ଆଜି ଭୂମିରେ 

  କି ଫାଇଦା ସେ ଏକ ଲକ୍ଷ ସୋଫା କି 

       ଯେବେ ବସିବାକୁ ନାହିଁ ତା ପାଶେ ଛୋଟ ଚଟି ଟିଏ

  କି ଫାଇଦା ସେ ସୁନ୍ଦର ଗଡ୍ରେଜ୍ କି 

       ଯେବେ ଭଲପାଇବା ସାଇତି ବାକୁ ଖୋଜୁଛି ହୃଦୟଟିଏ 

      ନା ଭୁଲ୍ ତାର ...ନା ଭାଗ୍ୟର 

       ସେ ଏ ଜୀବନ ବାଛିଛି 

       ନିଜ ସ୍ବପ୍ନ ପାଇଁ ପୁଣିଥରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action