Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Others

4  

Chittaranjan Nanda

Abstract Action Others

ସୁନାବେଶ ଉପଲକ୍ଷେ ମୋର ସ୍ପନ୍ଦନ

ସୁନାବେଶ ଉପଲକ୍ଷେ ମୋର ସ୍ପନ୍ଦନ

2 mins
300


ହୋଇପାରେ ଏହା ମୋର ଏକ

ଉଦ୍ଭଟ ବିଚାର

ଆଙ୍କି ଉଠେ ବାହୁଡ଼ା ଯାତ୍ରା ସୁନା

ବେଶ ଉପଲକ୍ଷେ ପ୍ରଶ୍ନ ମୋର ।


କାହିଁକି ହୁଏ ଏ ସୁନାବେଶ ମହା

ପ୍ରଭୁ ଶ୍ରୀଜଗନ୍ନାଥଙ୍କର 

କଣ ହୋଇପାରେ ତାହାର ତାତ୍ପର୍ଯ୍ୟ

ଏହି ସୁନାବେଶର  ।


ମନରେ ଆସୁଥିବା ପ୍ରଶ୍ନ ଦୁଇଟିର

ସଠିକ ଉତ୍ତର ଖୋଜିବାକୁ

ଜାଣିବାକୁ ପଡ଼ିବ ଓଲଟାଇଲେ ହିଁ

ଇତିହାସର ପୃଷ୍ଠାକୁ ।


ହିନ୍ଦୁ ଧର୍ମର ପୁନରୁଦ୍ଧାରକ ଜଗତ

ଗୁରୁ ଆଚାର୍ଯ୍ୟ ଶଙ୍କର

ଗୋବର୍ଦ୍ଧନ ପୀଠ ସ୍ଥାପନ କରିବେ

ଶ୍ରୀକ୍ଷେତ୍ର ପୁରୀ ଭିତର ।


ଜଗନ୍ନାଥ ଆଦି ଚତୁର୍ଦ୍ଧା ମୂର୍ତ୍ତି ଖୋଜି

ଖୋଜି ଯେଣୁ ନପାଇଲେ

ରାଜା ଯଯାତି କେଶରୀ ଚତୁର୍ଦିଗକୁ

ଦୂତ ପ୍ରେରଣ କଲେ ।


ସୋନପୁର ଗୋପାଲିରେ ପାତାଳି

ଚତୁର୍ଦ୍ଧା ମୂର୍ତ୍ତି ନଷ୍ଟ ହୋଇଥିଲା

ସେଥି ମଧ୍ୟରୁ ଅକ୍ଷତ ଥିବା ବ୍ରହ୍ମ ପଦାର୍ଥ

ଉଦ୍ଧାର କରାହେଲା ।


ଶ୍ରୀମନ୍ଦିରେ ହେଲା ଜୀଉମାନଙ୍କର

ପୂଜାନୀତି ଓ ପରମ୍ପରା ପ୍ରବର୍ତ୍ତନ

ବିଭିନ୍ନ ସ୍ତୋତ୍ର, ମନ୍ତ୍ର ପ୍ରୟୋଗ ହେବା

ସହ ରଥଯାତ୍ରା ହେଲା ପୁନଃ ।


ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ ସତର

ଅଧ୍ୟାୟେ ଆମେ ଏହା ପାଇବା

ପରୀକ୍ଷିତଙ୍କୁ ମିଥ୍ୟା ମଦ କାମ ହିଂସା ଓ

ସୁନାଙ୍କ ଜାଗା ପାଇଁ ବିନତି କରିବା ।


ବିନତିକୁ ଶୁଣି ରହିବାର ସ୍ଥାନ ମିଳିଲା

ପୃଥିବୀରେ ସେ ପାଂଚ ଶକ୍ତିଂକୁ

ମନୁଷ୍ୟ ତ୍ୟାଗ କରି ପାରେନା ସୁନା

ପ୍ରତି ଅହେତୁକ ମୋହକୁ ।


ମୋହର ପ୍ରତୀକ ଭାବରେ ଶାସ୍ତ୍ରରେ

ସୁନାକୁ ଗ୍ରହଣ କରାଯାଏ 

ମୋହରେ, ସମର୍ପଣର ଅଭାବରେ

ମନୁଷ୍ୟର ଅଧପତନ ହୁଏ ।


ଭୁଲେ ସେ ପ୍ରତ୍ୟେକ ବସ୍ତୁ, ଈଶ୍ୱରଙ୍କ ସୃଷ୍ଟ

ଓ ତାଙ୍କଠାରେ ବିଲୀନ ହୁଏ

ସଂଗ୍ରହ ବୃତ୍ତି ହେତୁ ମୋର ମୋର କୁ ଛାଡ଼ି

ନ ପାରି ମନୁଷ୍ୟ ତାଙ୍କଠୁ ଦୁରେଇ ଯାଏ ।


ଜଗନ୍ନାଥ ଏକ ଚେତନାତ୍ମକ ବାଣୀ ଶୁଣାନ୍ତି

ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ

ଦୁରୁହ ଆସକ୍ତି ବା ମୋହ ତ୍ୟାଗ ପାଇଁ ଆହ୍ୱାନ

ଦିଅନ୍ତି ସୁନାବେଶରେ ।


ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯେତେ

ଭକ୍ତଙ୍କ ନାମ ଶୁଣିଛନ୍ତି

ସେମାନେ ସନ୍ୟାସୀ ଓ ଗୃହି ହେଲେବି

ସ୍ବଧର୍ମ ପାଳନ କରନ୍ତି ।


ନିଜର ମୋହକୁ ତ୍ୟାଗ ପୁର୍ବକ ପ୍ରଭୁଙ୍କ

ସର୍ବୋଚ୍ଚ ସାନିଧ୍ୟ ପାଇଛି

ବିବେକର ସାହାଯ୍ୟରେ ଏ ଅଧମ ତାର

ମତାମତ ରଖିଛି ।


Rate this content
Log in

Similar oriya poem from Abstract