STORYMIRROR

Mahendra Kumar Swain

Abstract Action Classics

4  

Mahendra Kumar Swain

Abstract Action Classics

ଅତିଥି

ଅତିଥି

2 mins
532

ଅତିଥି ଆମର ଈଶ୍ୱର ସମାନ

ହିନ୍ଦୁ ଧର୍ମ ଅନୁସାରେ

ଅତିଥିଙ୍କ ସେବା କରିଲେ ଭଲରେ

ଥିବା ଯେ ଆମେ ଖୁସିରେ ।


ଆସିଲେ ଅତିଥି ଘରକୁ ଆମର

ପାଦ ତାଙ୍କ ଧୋଇଦେବ

ମୁଖ ଧୋଇବାକୁ ପିଇବା ପାଇଁକି

ଜଳ ତାଙ୍କୁ ଆମେ ଦେବା ।


ଗୁରୁଜନ ଯଦି ହୋଇଥିବେ ସିଏ

ପ୍ରଣାମ ତାଙ୍କୁ କରିବା

ହସ ହସ ମୁହେଁ ଘରକୁ ଡାକିବା

ଭିତରକୁ ନେଇଯିବା ।


ପଚାରିବା ତାଙ୍କ ଭଲ ମନ୍ଦ କଥା

ଆସିବାର ପ୍ରୟୋଜନ

ଆସନ ପାରିକି ବସାଇବା ତାଙ୍କୁ

ଦେବା ଯେ ତାଙ୍କୁ ଭୋଜନ ।


ଘରେ ଥାଉ ଯାହା ଖାଦ୍ୟ ତାଙ୍କୁ ଦେବା

ଆଦରେ ପାଛୋଟି ନେବା

ସେବା ଯତ୍ନ ଦେଇ ଘରେ ଯେ ରଖିବା

ହତାଦର ନ କରିବା ।


ଅତିଥିଙ୍କ ସେବା କରୁଥିଲେ ଆମେ

ଈଶ୍ୱର ତ ଖୁସି ହେବେ

ଅତିଥି ଆମର ଈଶ୍ୱର ସମାନ

ଈଶ୍ୱର ଆଶିଷ ଦେବେ ।


ଈଶ୍ୱର ଆସନ୍ତି ଅତିଥି ହୋଇଣ

ପରୀକ୍ଷା ତ କରିଥାନ୍ତି

ସେବା ଦୟା କ୍ଷମା ମଣିଷ ପାଖରେ

ପରଖୀ ସେ ନେଇଥାନ୍ତି ।


ନିଜ ପେଟ ପଛେ ଭୋକେ ଜଳୁଥାଉ

ଅତିଥି କୁ ଖାଦ୍ୟ ଦିଅ

ଗୋଟେ ଗୁଣ୍ଡା ଦେଲେ ଖାଇବାକୁ ତାଙ୍କୁ

କୋଟି ଆଶିଷ ଯେ ପାଅ ।


କେବେ ଯେ ଅତିଥି ମଣିଷ ରୂପରେ

କେବେ ଯେ ହୁଅନ୍ତି ପଶୁ

ତଡିବନି କେବେ ଘରର ଦୁଆରୁ

ଭାବିକରି ତାଙ୍କୁ ପଶୁ ।


ଅତିଥିଙ୍କ ସେବା କରୁଥିବା ବେଳେ

ହସ ହସ ମୁହେଁ ଦେବ

ଉପରେ ଦେଖେଇ ଭିତରେ ରାଗିଲେ

କିଛି ତହିଁ ନ ମିଳିବ ।


ଶତ୍ରୁ ହେଇ ଅବା ମିତ୍ର ସିଏ ହେଉ

ଅତିଥି ରୂପେ ଯେ ଆସେ

ତାଙ୍କୁ ଆଦରରେ ପାଛୋଟି ତ ନେଲେ

ଘର ତୁମ ସଦା ହସେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract