STORYMIRROR

Mahendra Kumar Swain

Abstract Action Classics

4  

Mahendra Kumar Swain

Abstract Action Classics

ଅତିଥି

ଅତିଥି

2 mins
530

ଅତିଥି ଆମର ଈଶ୍ୱର ସମାନ

ହିନ୍ଦୁ ଧର୍ମ ଅନୁସାରେ

ଅତିଥିଙ୍କ ସେବା କରିଲେ ଭଲରେ

ଥିବା ଯେ ଆମେ ଖୁସିରେ


ଆସିଲେ ଅତିଥି ଘରକୁ ଆମର

ପାଦ ତାଙ୍କ ଧୋଇଦେବ

ମୁଖ ଧୋଇବାକୁ ପିଇବା ପାଇଁକି

ଜଳ ତାଙ୍କୁ ଆମେ ଦେବା


ଗୁରୁଜନ ଯଦି ହୋଇଥିବେ ସିଏ

ପ୍ରଣାମ ତାଙ୍କୁ କରିବା

ହସ ହସ ମୁହେଁ ଘରକୁ ଡାକିବା

ଭିତରକୁ ନେଇଯିବା


ପଚାରିବା ତାଙ୍କ ଭଲ ମନ୍ଦ କଥା

ଆସିବାର ପ୍ରୟୋଜନ

ଆସନ ପାରିକି ବସାଇବା ତାଙ୍କୁ

ଦେବା ଯେ ତାଙ୍କୁ ଭୋଜନ


ଘରେ ଥାଉ ଯାହା ଖାଦ୍ୟ ତାଙ୍କୁ ଦେବା

ଆଦରେ ପାଛୋଟି ନେବା

ସେବା ଯତ୍ନ ଦେଇ ଘରେ ଯେ ରଖିବା

ହତାଦର ନ କରିବା ।


ଅତିଥିଙ୍କ ସେବା କରୁଥିଲେ ଆମେ

ଈଶ୍ୱର ତ ଖୁସି ହେବେ

ଅତିଥି ଆମର ଈଶ୍ୱର ସମାନ

ଈଶ୍ୱର ଆଶିଷ ଦେବେ


ଈଶ୍ୱର ଆସନ୍ତି ଅତିଥି ହୋଇଣ

ପରୀକ୍ଷା ତ କରିଥାନ୍ତି

ସେବା ଦୟା କ୍ଷମା ମଣିଷ ପାଖରେ

ପରଖୀ ସେ ନେଇଥାନ୍ତି


ନିଜ ପେଟ ପଛେ ଭୋକେ ଜଳୁଥାଉ

ଅତିଥି କୁ ଖାଦ୍ୟ ଦିଅ

ଗୋଟେ ଗୁଣ୍ଡା ଦେଲେ ଖାଇବାକୁ ତାଙ୍କୁ

କୋଟି ଆଶିଷ ଯେ ପାଅ


କେବେ ଯେ ଅତିଥି ମଣିଷ ରୂପରେ

କେବେ ଯେ ହୁଅନ୍ତି ପଶୁ

ତଡିବନି କେବେ ଘରର ଦୁଆରୁ

ଭାବିକରି ତାଙ୍କୁ ପଶୁ


ଅତିଥିଙ୍କ ସେବା କରୁଥିବା ବେଳେ

ହସ ହସ ମୁହେଁ ଦେବ

ଉପରେ ଦେଖେଇ ଭିତରେ ରାଗିଲେ

କିଛି ତହିଁ ନ ମିଳିବ ।


ଶତ୍ରୁ ହେଇ ଅବା ମିତ୍ର ସିଏ ହେଉ

ଅତିଥି ରୂପେ ଯେ ଆସେ

ତାଙ୍କୁ ଆଦରରେ ପାଛୋଟି ତ ନେଲେ

ଘର ତୁମ ସଦା ହସେ ।


Rate this content
Log in

Similar oriya poem from Abstract