Chittaranjan Nanda

Action Inspirational Children

4  

Chittaranjan Nanda

Action Inspirational Children

ମୁଁ ଏକ ଭାରତୀୟ

ମୁଁ ଏକ ଭାରତୀୟ

2 mins
213


ହିନ୍ଦିଭାଷାରେ ହୋଇଛି ଏକ ଟେଲିଫିଲ୍ମ 

"ତମସ" ହେଉଛି ନାମ ତାହାର 

ଦେଖିଥିଲି କାର୍ଯ୍ୟ, ଦଙ୍ଗା ଉସକେଇଥିବା 

ବିଭିନ୍ନ ଧର୍ମର ବଡପଣ୍ଡା ମାନଙ୍କର ।


ଦଙ୍ଗା ଜନିତ ବହୁତ କ୍ଷୟକ୍ଷତି ଓ ହତ୍ୟାର 

ଚିତ୍ର ପ୍ରଦର୍ଶିତ ହୋଇଥିଲା 

ଦଙ୍ଗା ପରେ ସମ୍ମିଳିତ ଶାନ୍ତି ଶୋଭାଯାତ୍ରା 

ବାହାରି ଥିବାର ଦୃଶ୍ୟ ମଧ୍ୟ ଥିଲା ।


ଆହୁରି ମଧ୍ୟ ଥିଲା ଗୋଟିଏ ସର୍ବଧର୍ମ ସମନ୍ବୟ 

କାର୍ଯ୍ୟକ୍ରମରେ ଜାଣ

ଜଣେ ମୌଲବୀ ଓ ଜଣେ ପଣ୍ଡିତଙ୍କ ମଧ୍ୟରେ

ଆଲୋଚନାର ଫଳ ।


ପଣ୍ଡିତର ଭାଷାରେ, ସେ ଗୀତା ସହିତ କୋରାନ

କୁ ବି ସମ୍ମାନ ପ୍ରଦର୍ଶନ କରେ

ମୌଲବୀ ମଧ୍ୟ ସର୍ବ ସମ୍ମୁଖରେ କଥାରେ କୁହେ

ମୁଁ ବି ଗୀତାର ଇଜ୍ଜତ କରେ ।


ପଣ୍ଡିତ କହୁଥାଏ ଅନ୍ୟ କୌଣସି ଧର୍ମକୁ ସେ ବି 

ଖରାପ ବୋଲି ଭାବେ ନାହିଁ 

ମୌଲବୀ କହେ, ଗୀତା ଓ ବାଇବେଲ ପଠନକୁ 

ତାର କସ୍ମିନ କାଳେ ଆପତ୍ତି ନାହିଁ ।


ପଣ୍ଡିତ ଓ ମୌଲବୀ ଭାଷଣରେ କହେ ଅନ୍ୟର ଆସ୍ଥା 

ଉପରେ ତାର କିଛି କହିବାର ନାହିଁ 

ସର୍ବ ଧର୍ମ ସମନ୍ବୟ ଓ ଗଙ୍ଗା ଯମୁନା ସଂସ୍କୃତି ପରା  

ଭାରତୀୟ ପରିଚୟ ଅଛି ରହି ।


କୋରାନରେ ଲେଖା ଅଛି "ସବୁ ଧର୍ମ ଗୋଟିଏ 

ସ୍ତମ୍ଭରେ ସମାହିତ "

ବେଦରେ "ବସୁଧୈବ କୁଟୁମ୍ବକମ" ଅର୍ଥାତ "ସମଗ୍ର

ପୃଥିବୀ ଏକ ପରିବାର" ବୋଲି ଉଲ୍ଲିଖିତ ।


ଧର୍ମ ନାମରେ ରାଜନୀତିରେ ହୁଏତ କିଛି ଲୋକ

ବର୍ତ୍ତମାନ ପାଇଁ ହୁଅନ୍ତି ଲାଭମାନ

ପ୍ରବଳ ତାଳିମାଡରେ, "ମୋ ଧର୍ମ ବଡ" ଦେଉଛନ୍ତି 

ଯେତେ, ଲୋପ କରୁଛନ୍ତି ଦେଶର ମାନ ।


ତେବେ ମନେ ଆସୁଛି, କିଆଁ ଦଳେ ଲୋକ କହନ୍ତି

ଧର୍ମ ଓ ସଂଖ୍ୟାଗରିଷ୍ଠ ଆଜି ବିପଦରେ,

କାହିଁକି ତେବେ ଦଙ୍ଗା ଜନିତ ବହୁତ କ୍ଷୟକ୍ଷତି ଓ 

ହତ୍ୟାର ଘଟଣା ହୁଏ ଆମ ଦେଶରେ ।


ଜିନିଷ କିପରି ଚୋରି ହେଲା, ଦାୟିତ୍ୱରେ ଥିବା 

ସୁରକ୍ଷା ଅଧିକାରୀକୁ ପଚାରିବାରେ

ତାର ଉତ୍ତର ଏହା ନୂହେଁକି କୁହ, ତୁ ଆଡୁ ସାଡୁ ଗପୁଛୁ, 

ମୋର ତୋ ଉପରେ ସନ୍ଦେହ ହେଉଛିରେ ।


ତେଣୁ ସମସ୍ତଂକୁ ମୋ ପ୍ରଶ୍ନ, କି ହେବ କୁହ ସାମୟିକ 

ଭାଇଚାରା ପ୍ରଦର୍ଶନରେ

ଏହି ଭାବଧାରାରେ ଆମେ ପୁଲକାଇ ପାରିବା କି

ସୁଷମାଧାରା ଆମରି ଦେଶରେ ।


ଭାବନା ଥିଲା, ରହିଛି ଓ ରହିବ ବଂଚି ଥିବାଯାଏ 

କିପରି ରଖିବି ମୋ ଜନ୍ମଭୂମିର ଟେକ 

ମୋ ଭାବନାରେ ଉଜ୍ଜ୍ୱଳ ଭବିଷ୍ୟତ ହେବ ସୁରକ୍ଷିତ 

ଯଦି ଆମେ ଭାରତୀୟ ରହିବା ହୋଇକି ଏକ ।


ମୋ ଦେଶରେ ଆମେ ମଣିଷ, ସେ ହେଉ ହିନ୍ଦୁ କି

ମୁସଲମାନ ଅବା ଖ୍ରୀଷ୍ଟିୟାନ 

ହେଉ ଅନ୍ୟ ଧର୍ମାଲମ୍ବୀ ଆମ ସମ୍ମୂଖରେ ସମସ୍ତେ ତ

ଭାରତୀୟ, ଭାରତ ଅଟେ ମହାନ୍ ।


ହିଂସା, ରାଗ ଓ ରୋଷ ଭୁଲି, ଏକତ୍ରିତ ହୋଇ,

ଧର୍ମ ଠାରୁ ଆମେ ଉର୍ଦ୍ଧ୍ବରେ ରହିବା

ତେବେ ସମସ୍ତ ବିପଦ ଆଗରେ ଏକାଠି ହୋଇ 

ସାହାସର ସହ ଆମେ ଆଗେଇ ପାରିବା ।


Rate this content
Log in

Similar oriya poem from Action