STORYMIRROR

Pranati Panda

Abstract Inspirational

4  

Pranati Panda

Abstract Inspirational

କୋଣାର୍କ

କୋଣାର୍କ

1 min
313


ରଙ୍ଗୀନ୍ ସ୍ବପ୍ନର ଏକ ଅଟ୍ଟହାସ୍ୟ ତୁ...

ନିରବ ହୃଦୟର ବେଦନା ବି , ତୁ....

ପ୍ରାପ୍ତିରେ ଆପ୍ରାପ୍ତିର ଅବଶୋଷ ତୁ

ପ୍ରେମୀ ଯୁଗଳଙ୍କ ବୁଭୁକ୍ଷୁ ନୟନ ବି,ତୁ....

କୋଣାର୍କ....

ଶିଳ୍ପୀ ଘର ବାହୁଡ଼ାର ଅସହାୟ ତୁ....

ପତ୍ନୀ,ପୁତ୍ର, ପିତାମାତାର ବିଳାପ ବି, ତୁ....

ପୁତ୍ର ହରେଇବାର ଦୁଃଖ ବି ,ତୁ....

ପୁଣି ସବୁ କିଛି ଧୈର୍ଯ୍ୟର ଦମନ ଭିତରେ

ଖୁବ୍ ପ୍ରଶଂସାର ସପ୍ତାଶ୍ଚର୍ଯ୍ୟ ବି , ତୁ.....

କୋଣାର୍କ......

ଓଡ଼ିଶା ର ଗୌରବ ତୁ.....

ରାଜାଙ୍କ ଅଭିମାନ ଆଉ ଶିଳ୍ପୀର ସ୍ୱାଭିମାନ ତୁ....

ବିଦେଶୀ ଙ୍କ ଚକ୍ଷୁଶୀଳ ବି , ତୁ

ଶେଷରେ ଆଜି ରୁଗ୍ଣ ଅସ୍ତିତ୍ବ ବି , ତୁ......

କୋଣାର୍କ ତୁ ନିଜର ପ୍ରଶ୍ନର ଉତ୍ତର ବି ତୁ......

କାରଣ ନିଆରା କୋଣାର୍କ ମଧ୍ୟ ବି, ତ ତୁ .........

କବି ଲେଖିଅଛି କୋଣାର୍କର ଛବି

ସଜାଇ ନିଜ କାବ୍ୟ ଅଳଙ୍କାର ,

ଶିଳ୍ପୀ ଖୋଦିଅଛି ବିନା ଆଭୂଷଣେ

ପାଷାଣୀ ପ୍ରିୟାର କରୁଣ ସ୍ଵର ।

ନିଃଶବ୍ଦରେ ଦଂଶେ ଶବ୍ଦର ସମ୍ଭାର

ଆହତ ହୁଅଇ ବାଳ ସୂରୁଯ ,

ସମାଧିସ୍ଥ କାହିଁ ସପ୍ତାଶ୍ଚର୍ଯ୍ୟ ଆଜି

ଛାତିରେ ପଡ଼ୁନି ନାଲି ମୁରୁଜ।

ପ୍ରତିଟି ପ୍ରତିମା ଖଣ୍ଡ ବିଖଣ୍ଡିତ

ଶିଳାଗାତ୍ରେ ଶିଳାବାଳା କାନ୍ଦୁଛି,

ନୀୟତିର କ୍ରୁର ପରିହାସେ ଆଜି

ଚନ୍ଦ୍ରଭାଗା ଗଣ୍ଡ ଲୁପ୍ତ ହୋଇଛି।

କୋଣାର୍କ ରହସ୍ୟ ଧର୍ମପଦ ହସ

ବାର ଶହ ବଢ଼େଇ ପ୍ରାର୍ଥନାର।

କୋଣାର୍କ ନିଜର ପରିଚୟ ନିଜେ

ଅନ୍ତହୀନ ଭାବନାର ସମ୍ଭାର ।



Rate this content
Log in

Similar oriya poem from Abstract