କୋଣାର୍କ ପ୍ରଥମ ଭାଗ
କୋଣାର୍କ ପ୍ରଥମ ଭାଗ
କିମ୍ବଦନ୍ତୀ କହେ କାହାଣୀ ଯାହାର
ଯାର ପୃଷ୍ଠଦେଶେ ବିରାଜେ ସାଗର ।
ବାରମ୍ବାର ଯେତେ କଲେ ରୋମନ୍ଥନ
ଶିହରି ଉଠେ ମୋ ତନୁ ମନ ପ୍ରାଣ।
କିଏ ଥିଲେ ପୁଣି ସେହି ଅବଧାନ
କିଏ ଥିଲେ ସେହି ଦୁଷ୍ଟ ଛାତ୍ରଗଣ।
ପ୍ରଶ୍ନବାଣେ ତାକୁ କଲେ ମ୍ରିୟମାଣ।
ଖୋଜିଗଲା ସିଏ ପିତାଙ୍କୁ ତାହାର
ସାଥେ ଧରି କୋଳି ବଳିଆ କୁକୁର।
ବାପ ପୁଅଙ୍କର ହୋଇଲା ମିଳନ
ଧରମାର ଖୁସି ହେଲା ବହୁଗୁଣ।
ବିଶୁଙ୍କ ହାତରେ ମନ୍ଦିର ନିର୍ମାଣ
ଦେଇଥିଲେ ପୁଣି ଉତ୍କଳ ରାଜନ।
ରାତି ପାହିବାକୁ ଥିଲା ଟିକେ ବାକି
ପୂର୍ଣ୍ଣ ମନ୍ଦିର କୁ ଶିଳ୍ପୀକୂଳ ଦେଖି।
ନିଜ ପ୍ରାଣ ପାଇଁ ହୋଇଲେ ବ୍ଯାକୁଳ
ବିଶୁଙ୍କ ମୁଣ୍ଡକୁ କଲେ ଗୋଳମାଳ।
ତ
େଜିଲେ ଧରମା ହୋଇ ଶୋକାକୂଳ।
ମହୋଦଧି ଗର୍ଭେ ହୋଇଲା ବିଲୀନ
ମିଳିଲାନି ତାର ଦେହ ଅବସାନ ।
ଏମିତି ନରେଶ ଉତ୍କଳରେ ଥିଲେ
ଭୟ ଦେଖାଇଣ ମନ୍ଦିର ତୋଳିଲେ।
ମନ୍ଦିରକୁ ଦେଖି ଖୁସି ନୃପବର।
ଶୀଳ୍ପୀମାନଙ୍କୁ ସେ ଦେଲେ ପୁରଷ୍କାର ।
ଧରମାକୁ ଭୁଲିଗଲା ଏହି ଜାତି।
ତିଆରିଲା ନାହିଁ ତାର ପ୍ରତିମୂର୍ତ୍ତି ।
କୋଣାର୍କ କାନ୍ଦିଲା ଧରମା କୁ ଝୁରି
ଦିନୁ ଦିନ କ୍ଷୀଣ ହୋଇଲା ତା ଶରୀ।
ଭାଜିଗଲା ନିଜେ ହୋଇ ମ୍ରିୟମାଣ।
କେତେ ଦିନ ଆଉ କରନ୍ତା କ୍ରନ୍ଦନ।
ଛାଡିଗଲା ତାର ଭଗ୍ନ ମୁଖଶାଳା
ସମ୍ମୁଖରେ ଯାର ଜୀର୍ଣ୍ଣ ରଙ୍ଗଶାଳା।
ସହି ପାରିଲେନି ପ୍ରଭୁ ଦିବାକର
ମନ୍ଦିରକୁ ତ୍ଯାଗ କରିଲେ ସତ୍ତ୍ୱର।