STORYMIRROR

kahnu charan sahu

Tragedy

3  

kahnu charan sahu

Tragedy

କୋହରେ ଜଳଇ ଛାତି

କୋହରେ ଜଳଇ ଛାତି

1 min
13.6K


ମନର ମଇନା ମନକୁ ବୁଝେନା

ସମୟର ଆଡୁଆଳେ

ସିଏ କି ବୁଝିବ? ତା'ବିନା ହୃଦୟ

ହୁତୁହୁତୁ ହୋଇ ଜଳେ ।।

ଚାତକ ଯେସନେ ଚାହିଁ ରହିଥାଏ

ମୋ'ପ୍ରିୟା ଆସିବ ବୋଲି

ନିଜଠୁ ନିଜର କଲାପରେ ତାକୁ

ହୃଦୟ ଝରକା ଖୋଲି ।।

ଆସିଥିଲା ଦିନେ ଜୀବନରେ ସିଏ

ଥିଲା ମୋ'ସହ ଫଗୁଣ

ଚାଲିଗଲା ଯେବେ ଅଭିମାନ କରି

ନୟନୁ ଝରେ ଶ୍ରାବଣ ।।

ଉଦାର ମନଟା ବଦଳି ଯାଇଛି

ଭାବନା ସହରେ ମଜ୍ଜି

ପ୍ରତୀକ୍ଷଣେ ତାର ଅନୁପସ୍ଥିତିରେ

ମୋ'ମନ ହୁଅଇ ଭାଜି ।।

କାହିଁକି ? ଆସିଲା ଜୀବନରେ ମୋର

ପ୍ରେମର ସମ୍ଭାର ନେଇ

ସପନ ସହରେ ହାତକୁ ମୋହର

ଚାଲିଗଲ ଛାଡି ଦେଇ ।।

ବୁଝିକି? ପାରୁନ ହୃଦୟ ଦରଦ

ମରୁଅଛି ପ୍ରତୀକ୍ଷଣେ

ଜୀବନରେ ମୋର ଥିଲା ଏକା ସିଏ

ଦରଦ ବୁଝିବା ଜଣେ ।।

ଅଝଟିଆ ଆଶା ମିଳେଇ ଗଲା ମୋ

ଝୁରୁଛି ତାଆରି ସ୍ମୃତି

ସୁନା ସପନ ମୋ ଚୁନା ହେଲା ସବୁ

କୋହରେ ଜଳଇ ଛାତି ।।

-୦-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy