STORYMIRROR

Krushnapriya Mohapatra

Tragedy Inspirational Others

3  

Krushnapriya Mohapatra

Tragedy Inspirational Others

କନ୍ୟାରତ୍ନ

କନ୍ୟାରତ୍ନ

1 min
222

ଝିଅ ଟିଏ ହୋଇ ଜନ୍ମ ହେଇଥିଲା

ପାଆନ୍ତି ନାହିଁ କେ ଭଲ

ଆଦର ରେ ପଦେ କଥା ନ କହନ୍ତି

କରେନା ତାକୁ କେ ଗେଲ।

ବାପା ମଦ ପିଇ ଘରକୁ ଆସନ୍ତି

ବୋଉ କୁ ଦିଅନ୍ତି ଗାଳି

ଝିଅ ଜନ୍ମ କରି କୂଳ ବୁଡ଼େଇଲୁ

ବୋଉ ହୁଏ ନିତି ଭାଳି।

ବାପା ଠାରୁ ନିତି ମାଡ଼ ଗାଳି ଖାଇ

ଦେହ ରେ ହେଲାଣି ରୋଗ

ଖାଇବାକୁ ମୁଠେ ପେଟକୁ ନ ଦିଏ

କହିଲେ ଦେଖାଏ ରାଗ।

କହେ ତୁ ଚାଲିଯା ତୋ ଝିଅ କୁ ନେଇ

ଆଉ ଥରେ ବାହା ହେବି।

ପୁଅ ହେଲେ ମୋର କୂଳ ରକ୍ଷା ହେବ

ଝିଅ କୁ କାହିଁ ପୋଷିବି।


ମା ଝିଅ ଦିନେ ଚାଲି ଗଲେ ଦୂରେ

ବାପା ଙ୍କ କଥା କୁ ମାନି।

ସହିଵା ଅପେକ୍ଷା ଦୂରେ ଯିବା ଚାଲି

ହୋଇଣ ଯେ ସ୍ୱାଭିମାନୀ।


ମଜଦୁରୀ କରି ରୋଜଗାର କରେ

ମାଆର କରେ ଯତନ

ଭାତ ରାନ୍ଧି ମା ତୁଣ୍ଡ ରେ ଦିଅଇ

ଧନ୍ୟ ସେ କନ୍ୟା ରତନ।

ଭଲ ହେଲା ମା ରୋଗ ରୁ ଉଠିଲା

ଝିଅକୁ କହେ ବୁଝାଇ

କାମ କରି ମୁହିଁ ତୋତେ ପଢ଼ାଇବି

ଇସ୍କୁଲ ଯିବୁ ଲୋ ତୁହି।

ମା କଥା ମାନି ଝିଅ ଗଲା ପଢ଼ି

ବିଚକ୍ଷଣ ତାର ଜ୍ଞାନ

ପାଠ ରେ ଶାଠରେ ସମସ୍ତଙ୍କୁ ଜିତି

ପାଇଲା କେତେ ସମ୍ମାନ

ବଡ଼ ହୋଇ ସେଯେ ଡାକ୍ତର ହୋଇଲା

ମାଆ ର ନାମ ରଖିଲା

ଝିଅ ଜନ୍ମ କରି ଗରବେ କହିଲା

କୂଳ ମୋର ଧନ୍ୟହେଲା।


ଝିଅକୁ ଗ୍ରହଣ ନକରି ବାପା ତା

ଦେଲା ତାଙ୍କୁ ଘରୁ ଡଡି

ବାହା ହୋଇ ଆଉଥରେ ଯେ ଆସିଲା

ଉଡି ଗଲା ତାର ଧଡ଼ି।


ଦୁଇଟି ଝିଅଯେ ହୋଇଗଲା ତାର

ମୁଣ୍ଡରେ ଦେଲା ସେ ହାତ

ଝିଅ ଦୁଇ ପୁଣି ଅତି ଅଲାଜୁକ

ବାପାକୁ ଦେଖାନ୍ତି ବେତ।


ମନମାନି ଗଲା ଦେଖି ତାଙ୍କଗୁଣ

ମନେମନେ ଦୁଃଖୀ ହୁଏ

ଆଶିଷ ଦିଅଇ ଝିଅକୁ ତାହାର

ଦୂରୁଦେଖି ଖୁସି ହୁଏ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Tragedy