STORYMIRROR

Anjana Naik,Anju..Deogarh

Classics Inspirational Others

3  

Anjana Naik,Anju..Deogarh

Classics Inspirational Others

କନ୍ୟା ସନ୍ତାନ

କନ୍ୟା ସନ୍ତାନ

1 min
175

ଛୋଟ ଏଇ ଆକାଶର ଆମେ ଟିକି ତାରା

ସମସ୍ତଙ୍କ ଅଗଣାରେ ଚମକୁଛୁ ପରା

ବାନ୍ଧି ରଖିବାକୁ ପ୍ରେମ ବନ୍ଧନ ।


ଖେଳ କଉତୁକ ଦିବା ଅବସାଦେ 

ଅମାବାସ୍ୟା ଅନ୍ଧାରରେ ପୁନେଇଁ ଜହ୍ନ 

ଘର ପୁରି ଉଠେ ଆମ ମଉଜରେ 

ପାଣି ଠୁ ନିଷ୍ପାପ ଆମରି ମନ ।


ଭେଦଭାବ ନାହିଁ ବେଳ ଅବେଳରେ

କିଏ ଧନୀ ଅବା କିଏ ପୁରା ନିର୍ଧନ 

ବୁଝିପାରୁ ନାହିଁ ହିଂସା କପଟ

ଛନ୍ଦ କପଟ ଲାଗେ ସବୁ ସମାନ ।


ଧୋକା ଦେଇ ଦେଇ ଅଭ୍ୟାସ ଯାହାର

ଘୃଣା କରିବାଟା ନିହାତି ତାଙ୍କର 

ଆମକୁ କୁହନ୍ତି ଅତି ନଗଣ୍ୟ ।


ତାଙ୍କ ଜୀବନରୁ କରି ସମସ୍ତଙ୍କୁ ପର

ଆମ ଖୁସି ଲାଗେ ତାଙ୍କୁ ଅନଳ ସଦୃଶ 

ଆମକୁ କହନ୍ତି ହୃଦୟ ହୀନ

ଆମେ ପରା ସନ୍ତାନ, ଆମେ କନ୍ୟା ସନ୍ତାନ ।


Rate this content
Log in

Similar oriya poem from Classics