କନ୍ୟା ରତ୍ନ କର ଯତ୍ନ
କନ୍ୟା ରତ୍ନ କର ଯତ୍ନ
ପୁଅ ହେଉ ଅବା ଝିଅ ଟିଏ ହେଉ
ଜନମିଲେ ଘର ପୁରି ଉଠଇ
ଦୁହେଁ ରେ ସମାନ ସମାଜ ପାଇଁକା
ସମସ୍ତଙ୍କ ପାଇଁ ରତନ ସେଇ ।
କାହା ପ୍ରତି ଆମର ମନର ଭାବକୁ
କରିବାନି ଉଣା ଅଧିକ କେବେ
ବାହାରୁ ଆସିଲେ ଆସନ୍ତି ସେ ଧାଇଁ
ଭାରି ଭଲଲାଗେ ଦେଖୁରେ ଯେବେ ।
ଜେଜେ ମାଆ କୋଳେ ଗପ ଶୁଣୁଥାନ୍ତି
ଭଲ ଲାଗେ ସଞ୍ଜେ ଦୁହିଁକୁ ଦେଖି
ଦୁହିଁଙ୍କର ବିନା ଘର ଅସୁନ୍ଦର
ବାପା ବୋଉ ଙ୍କର ସେ ଦୁଇ ଆଖି ।
କନ୍ୟାଟିଏ ଦିନେ ଗେହ୍ଲୀ ଝିଅ ହୋଇ
ବାପା ବୋଉ ସେବା କରଇ ସିଏ
ଭଉଣୀ ହୋଇସେ ବାନ୍ଧିଦିଏ ରାକ୍ଷୀ
ମାଆ ହୋଇ ସ୍ନେହେ ବଢାଇଥାଏ ।
କନ୍ୟା ଦିନେ ପୁଣି ସ୍ତ୍ରୀ ହୋଇ ସିଏ
ସ୍ୱାମୀ ସୁଖ ଦୁଃଖେ ଭାଗୀ ହୁଅଇ
କେବେ ଶିକ୍ଷୟିତ୍ରୀ କେବେ ପୁଣି ନେତ୍ରୀ
ସୁବରି ଭୂମିକା ନିବାହେ ସେଇ ।
ଯୌନ ନିର୍ଯ୍ୟାତନା କନ୍ୟା ଭୃଣ ହତ୍ୟା
ବାରମ୍ଵାର ଏଠି ଘଟୁଛି ଭାଇ
ସୁସ୍ଥ ସମାଜଟେ ଗଢିବା ସଭିଏଁ
ଅପକର୍ମ ସବୁ ଦେବା ଦୂରେଇ ।
ସତ ଚେଷ୍ଟା କଲେ ପୁରାଇ ହେବନି
କନ୍ୟା ରତନର ଏ ଶୂନ୍ୟସ୍ଥାନ
ରତନଠୁ ବେଶୀ କରିବା ଯତନ
ସଦା ରଖିବା ରେ ତାହାରି ମାନ ।