STORYMIRROR

Sanskruti Mohanty

Abstract

3  

Sanskruti Mohanty

Abstract

କଣ୍ଢେଇ ସଜ

କଣ୍ଢେଇ ସଜ

1 min
14.3K


ଝିଲିମିଲି ଶାଢ଼ୀ ପିନ୍ଧି, 

ମୁହଁରେ ସ୍ନୋ, ପାଉଡର ମାଖି,

ଶଖୀ କଣ୍ଢେଇଟେ ପରି

ଝିଅ ଯାଏ ଦେଖା ଦେଖି ପାଇଁ,

କେତେ ଯୋଡା ଆଖିର ଚାହାଣୀ,

ଘୁରି ବୁଲୁଥାଏ ତାଳୁରୁ ତଳିପା ଯାଏ,

ନଖରୁ ଶିଖ ଯାଏ,

ଗୁଡାଏ ନିରର୍ଥକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼େ।

ଶାଢ଼ୀ ଟେକି ଦେଖାଯାଏ ପାଦ,

ମପାଯାଏ ଉଚ୍ଚତା, 

ପରଖା ଯାଏ ଦେହର ରଂଗ ।

ଲାଜ ଆଉ ଅପମାନରେ ,

ଏତେ ଟିକେ ହେଇଯାଏ ଝିଅର ମୁହଁ,

କୁହୁଳା କାଠର ମର୍ମଦାହ ପରି,

ପୋଡ଼ିଯାଏ ତାର ହୃଦୟ ।

ଆଖିର ଝରକା ଦେଇ ବାହାରକୁ ଆସିବାକୁ,

ଅଝଟ କରନ୍ତି ଅମାନିଆ ଲୁହ ସବୁ ।

ବାପା, ଭାଇଙ୍କ ନିରିହ ମୁହଁ,

ଦିଶୁଥାଏ ଆହୁରି କରୁଣ ।

ଓଠରେ ଓଠ ଚାପି ସବୁ ସହିଯାଏ ଝିଅ,

ଉଜୁଡି ଯାଏ ସ୍ୱପ୍ନର ସୁନେଲି ଖେତ ।

ଭାବେ ଝିଅ ହୋଇ ଜନ୍ମହେବା ଵୋଧେ ପାପ,

କେଡେ ହିନୀମାନ ସତେ ଝିଅ ଜୀବନ ।

ମାସ ପରେ ଵିତିଯାଏ ମାସ,

କିନ୍ତୁ ସରେନି ଦେଖାଦେଖି ପର୍ବ,

ପାଣି ସୁଅ ପରି ଗଡି ଯାଉଥାଏ ଝିଅର ବୟସ ।

ବାପା, ମାଆଙ୍କ ମଥାରେ ଲଦା ହେଇଥିବା ଵୋଝ,

ହେଉଥାଏ ଆହୁରି ଟାଣ ।

ଅନ୍ଧାରର କାଳିମା ଲେସି ହୋଇଯାଏ,

ତାର ମନ ଆଉ ହୃଦୟରେ,

ଦୁଃଖମାନଙ୍କ ର ଧାଡି ଲମ୍ବିଥାଏ ଦୂରକୁ ଦୂରକୁ,

ସେ ନିନ୍ଦୁଥାଏ ପଥର ତଳେ ଥିବା ତାର ଭାଗ୍ୟକୁ,

ହେଉଥାଏ କଣ୍ଢେଇ ସଜ,

ଆଉ ଅପେକ୍ଷା କରିଥାଏ,

ପୁଣି ଏକ ରଂଗମଞ୍ଚର ଦୃଶ୍ୟକୁ......


Rate this content
Log in

Similar oriya poem from Abstract