STORYMIRROR

Prasanta kumar Hota

Romance Tragedy

3  

Prasanta kumar Hota

Romance Tragedy

କଳ୍ପନାର ଗୀତ -୪୭

କଳ୍ପନାର ଗୀତ -୪୭

1 min
7.3K


ବୁଝାଇବି ବୋଲି ତୁମକୁ ଗୋ ପ୍ରିୟେ

ବୁଝି ମୁଁ ପାରୁନି କିଛି

ତୁମେ ମୋର କିଏ କେମିତି କହିବି

ମୁଁ ତ ତୁମ ମହୁମାଛି।

ଆଶ୍ରା ଖୋଜେ ତୋର ଆଶ୍ରୟ ପାଇଁ କି

ତୁମେ ମୋ ଜୀବନ ରାସ୍ତା

ତୁମେ ଥିଲେ ମୋର ଲକ୍ଷ ଦିଶୁଥାଏ

ହୃଦୟେ ରଖିଛି ଆସ୍ଥା ।

ଯେତେ ଦୁଃଖ ଆସେ ସହେ ମୁଁ ଖୁସିରେ

ଅଭିଯୋଗ ନାହିଁ ମୋର

ମୋ ଖୁସି ଦେଖିଲେ ସୁଖ ଚାଲି ଆସେ

ଦୁଃଖ ରହିଯାଏ ଦୂର।

ସୁଖ ମୁଁ ପାଇଛି ତୋତେ ଦେଖି ଦେଖି

କେମିତି କହିବି ତୋତେ

ବୁଝାଇ ପାରୁନି ହୃଦୟର ଭାଷା

ବୁଝିବୁ କେମିତି ମୋତେ।

ଆସୁଥାନ୍ତା ଯଦି ହୃଦୟରୁ କଥା

ଶୁଣୁଥାନ୍ତ ସିନା ବସି

ମିଳନ ବିଛେଦ ବୁଝି ହେଉଥାନ୍ତା

କୋହ ଯାଉଥାନ୍ତା ଖସି।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance