STORYMIRROR

Prabhanjana Tripathy

Romance

3  

Prabhanjana Tripathy

Romance

କଳ୍ପଳତା

କଳ୍ପଳତା

1 min
450


ଲୋ ଅପରୁପା କଳ୍ପିକ ନାୟିକା,

ଧନ୍ୟ ତୋ ଚତୁରାରଙ୍ଗି,

ମୃତ୍ୟୁ ପାଏ ପ୍ରାଣ,ହୁଏ ଧନ୍ୟ ଧନ୍ୟ,

ଅସ୍ପୃଶ୍ୟ ଯାଏ ତା ଭାଙ୍ଗି ll


ତୁମ ହସେ ପରା ଲକ୍ଷେ ଚନ୍ଦ୍ରମା,

ମୁଖଗର୍ଭେ ହସେ ତାରା,

ଯୌବନାଙ୍ଗି ତୁମ ଆଖିର ପଲକେ,

ଅନ୍ଧାର ହୁଏ ଘେରା ll


ସୌନ୍ଦର୍ଯ୍ୟ ତୁମ ତିଳଉପବନ,

ମାଧୁର୍ଯ୍ୟ ସ୍ପର୍ଶୀଳ ଲାଗେ,

ଆପେକ୍ଷି ଜାଗର କିଆଁ କର ପ୍ରିୟା,

ତୋ ହୃଦ ଅଛି ମୋର ସଙ୍ଗେ ll


ଓଠରେ ଅକୁହା କଥା ଲୁଚିଅଛି,

ଭାବନାରେ ଅଛି ସ୍ୱାଦ,

ସେ ସ୍ୱାଦ ଭରା ମଧୁ ପାନ କଲେ,

ଜାଣି ହୁଏ ସର୍ଵ ଭେଦ ll


କଳ୍ପନା ଭିତର ଓଦା ଓଦା ଲାଗେ,

ବେଳା ଭୂମି ଢ଼େଉ ମାଡ଼େ,

ତୁମରି କଳ୍ପନା ,ଅତୁଳନୀୟ ଗୋ,

ନୂତନ ଜୀବନ ଗଢ଼େ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance