STORYMIRROR

Upendra prasad Mahala

Romance Classics Inspirational

4  

Upendra prasad Mahala

Romance Classics Inspirational

କଳ୍ପିତ ପ୍ରେମ

କଳ୍ପିତ ପ୍ରେମ

2 mins
289


ରୋମାନ୍ସ ନାହିଁ ତ ପ୍ରେମ ନାହିଁ
ପ୍ରେମ ନାହିଁ ତ ଜୀବନ ନାହିଁ !
ପ୍ରେମ ସୀମାହୀନ, ପରିବ୍ୟାପ୍ତ
ଜୀବନରେ ପୂର୍ଣ୍ଣତା ଆଣିଦିଏ।
ତ୍ୟାଗର ପରିଭାଷା ବୁଝେ ପ୍ରେମ
ବୟସର ସୀମା ଭାଙ୍ଗି ଜୀବନକୁ
ଚିର ତାରୁଣ୍ୟ ଓ ସବୁଜ ରଖେ।
ପ୍ରେମର ସ୍ପର୍ଶ ଓ ଭାବପ୍ରବଣତା
ସବୁପ୍ରେମିକଙ୍କୁ କବି ସଜାଇ ଦିଏ।
ହୃଦୟରେ ଆଙ୍କି ବସନ୍ତି କଳ୍ପିତ
ପ୍ରେମର ଛବି । ମନରେ ରୋମାନ୍ସ
ଭାବ ଭରିଦିଏ ଶିହରଣ, ପ୍ରେମର
ସୌନ୍ଦର୍ଯ୍ୟ ମନକୁ ପାଗଳ କରେ।


ପ୍ରେମର ଅନୁଭବ କେବେ ଶୀତଳ
ପବନ ତ, କେବେ ସାଗର କୂଳର
ଚଗଲା ଲହରୀ। ଭସା ମେଘରେ
ଜହ୍ନ ପରି ଲୁଚକାଳି ଖେଳୁଥାଏ
ସ୍ବପ୍ନିଳ ମାୟାର ଇନ୍ଦ୍ରଜାଲ ବୁଣି।
ପ୍ରେମ କେବେ ନିଆଁ ପରି ଜଳେ
ପହିଲି ଧାସ ମଧୁର, ସୁନ୍ଦର ଲାଗେ
ପରେ ଏହା ଉତ୍ତପ୍ତ ପ୍ରତୀତ ହୁଏ।
ପ୍ରେମ ବନ୍ଧୁତାର ଏକ ପ୍ରତୀକ ରୂପ
ସମ୍ପର୍କ ପୁରୁଣା ହେଲେ ଭାବନାରେ
ପରିପକ୍ବତା ଓ ନିବିଡତା ଆସେ।


ମାନବୀୟ ପ୍ରେମ ଦୈହିକ, ବୌଦ୍ଧିକ।
ଦେହୋତ୍ତର ଚେତନା ପ୍ରେମକୁ ଅମର
କରେ, ଶାଶ୍ବତ ରଂଗରେ ଭିଜାଏ।
କବି ହୃଦୟର କଳ୍ପିତ ପ୍ରେମ ବାସ୍ତବ
ନ ହେଲେ ବି ବାସ୍ତବ ପରି ଲାଗେ।
କବି ଦୃଷ୍ଟିରେ ପ୍ରେମ ଏକ ଦର୍ଶନ।
କଳ୍ପିତ ନାୟିକା ସମ୍ପୂର୍ଣ୍ଣ ସମର୍ପିତା
ଦୁଇଟି ଦେହରେ ଗୋଟିଏ ଆତ୍ମା,
ସୌନ୍ଦର୍ଯ୍ୟମୟ ଆଭାରେ କ୍ଷଣିକେ
ମୋହିତ କରିପାରେ ସାରା ଜଗତ।


ପ୍ରେୟସୀର ସାନ୍ନିଧ୍ୟ ଲାଗି କବିର
ଆତ୍ମା ଭାଂଗିପାରେ ସବୁ ବନ୍ଧନ।
ଅତିନ୍ଦ୍ରୀୟ ଚେତନାରେ ପ୍ରେମିକାର
ସ୍ପର୍ଶ ଓ ଉପସ୍ଥିତି ବାରିପାରେ କବି।
କେବେ କେବେ ନାୟିକା ଆସି ନିଦରୁ
ଉଠାଇ ଡାକି ନେଇଯାଏ ସ୍ବପ୍ନଭୂମିକୁ
ଯେଉଁଠି ଜ୍ୟୋତ୍ସ୍ନା ବୁଣିହୋଇ ପଡୁଥିବ,
ଅତୂଲ ସମ୍ପଦର ଐଶ୍ବର୍ଯ୍ୟ ଭରିଥିବ,
ଛଳଛଳ ଝରଣା, ଫୁଲ ବଗିଚା ଥିବ,
ଚିରକାଳ ମଳୟ ପବନ ବୋହୁଥିବ।
କୋଳରେ ଶୋଇ ଲାସ୍ୟମୟୀ ପ୍ରିୟା
ଆଖିର ଇଶାରାରେ କଥା କହୁଥିବ,
କାମଶାସ୍ତ୍ର, ଦର୍ଶନ ପାଠ ପଢାଉଥିବ।
ପ୍ରେମରୁ ମିଳେ ଜ୍ଞାନ,ଶକ୍ତି ଓ ସାହସ।
ଆମେ ଦୁହେଁ ପରିପୂରକ, ପରିପୂର୍ଣ୍ଣ,
ତୁମେ ମୋର "ସମଗ୍ର ଜୀବନ"।
ମୁଁ ତୁମର ସଖୀ, ସାଥୀ ଚିରନ୍ତନ।
ନିଜକୁ ଭଲପାଇ ଶିଖିଲେ ଦୁନିଆକୁ
ଚିହ୍ନି ହେବ। ପୁଣ୍ୟ,ପବିତ୍ର ପ୍ରେମର
ସନ୍ଦେଶ ବାଣ୍ଟିଲେ ସନ୍ତୋଷ ମିଳିବ।


ଦେହଜ ପ୍ରେମ ଯେତେ ଶାରୀରିକ
ଖୁସି ଦିଏ ସେତେ ବେଶି ଜଳାଏ ।
ପ୍ରେମ ଏକ କ୍ଷୁଧା। ଘୃଣା, ହତାଶା,
ନିରାଶା ଏହାର ପାର୍ଶ୍ବ ପ୍ରତିକ୍ରିୟା ।
କ୍ଷମାଦାନ ପ୍ରେମର ଚୂଡାନ୍ତ ରୂପ।
ନିଦ ଭାଙ୍ଗିଲେ ନ ଥାଏ ସ୍ଵପ୍ନ ଭୂମି,
ନ ଥାଏ କଳ୍ପନାଶୀଳ ନାୟିକା ।
ପ୍ରେମର ଅନୁଭବ ଓ ଯାତ୍ରାପଥ
ସରେନି କଳ୍ପିତ ପ୍ରିୟା ଚିରକାଳ
କବିଙ୍କୁ ଏମିତି ସାନ୍ନିଧ୍ୟ ଦେଉଥାଏ ।

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance