କଳଙ୍କର ଟିକା ଦେଇ
କଳଙ୍କର ଟିକା ଦେଇ
ଶବ୍ଦରୁ ସୃଜନ-4 : କଳଙ୍କ
କି' ସୁଖ ପାଉଛ କୁହ ଗୋ ଚନ୍ଦ୍ରମା କଳଙ୍କର ଟିକାଦେଇ,
ବିଭାବରୀ ମୋତେ ସଜାଇଛ କିଆଁ ନିରୀହ ମୁଁ ନୀଳକଇଁ |(ଘୋଷା)
ତୁମେ ରଚିଥିଲ ଆକାଶ ରାଇଜେ ପୀରତିର ମାୟାଜାଲ ,
କେତେ ଦୂରେ ଥିଲି ତଟିନୀ କନ୍ୟା ମୁଁ କୁହୁକ ମନ୍ତର କଲ |
ନିଜକୁ ସଜାଇ ହଟିଆ କହ୍ନେଇ ମୋତେ ସଜାଇଲ ରାଈ |
କି' ସୁଖ ପାଉଛ କୁହ ଗୋ ଚନ୍ଦ୍ରମା କଳଙ୍କର ଟିକାଦେଇ | (1)
ଶୁଭେ ମୋର କାନେ ଅପବାଦ ବାଜା ସରମରେ ଯାଏ ଜଳି,
ସହିପାରେ ନାହିଁ କହିପାରେ ନାହିଁ ଦିବସେ ଯାଏ ମଉଳି |
କେତେଦିନ ଆଉ ବଞ୍ଚିବି ଏମିତି ଅଭିସାରିକାଟି ହୋଇ ?
କି' ସୁଖ ପାଉଛ କୁହ ଗୋ ଚନ୍ଦ୍ରମା କଳଙ୍କର ଟିକା ଦେଇ |(2)