କଳଙ୍କିତ ଆମେ
କଳଙ୍କିତ ଆମେ
ପଡିଛେ ଏବେ ସଭିଏଁ
ଧନରତ୍ନ ପ୍ରେମେ
ହୋଇଛେ ସମାଜ ପାଇଁ
କଳଙ୍କିତ ଆମେ ।
ଆମ ଇତିହାସ ଆମ ପୂର୍ବପୁରୁଷ
ଆମ ପରମ୍ପରା ସଂସ୍କୃତିକୁ କରି ନାଶ
ଭସାଇ ଆମେ ଆମ ସମାଜ ଦେଶ
ଆମ ନୀତି ଆଦର୍ଶରୁ ହୋଇଛେ ବିଚ୍ୟୁତ
କରୁଛେ ଜୀବନକୁ କଳଙ୍କିତ ଆମେ
ପଡିଛେ ମିଥ୍ୟା ପାର୍ଥୀବ ବସ୍ତୁର ପ୍ରେମେ ।
ଆମେ ନୁହେଁ ମୁଁ ରେ କରୁଛେ ବିଶ୍ଵାସ
ଗର୍ବ ଅହଙ୍କାର ନଷ୍ଟ କରୁଛି ଆମ ପରିବେଶ
ଆଧୁନିକତା ନାମେ ନଗ୍ନତାର ହୋଇ ବଶ
ଏ ଧରଣୀ ମାତାକୁ କରୁଛେ ଧ୍ଵଂସ
ନୀତି ନୈତିକତା ଆଦର୍ଶ
ସବୁକୁ କଲାଣି ଧ୍ଵଂସ ଏ ମଣିଷ
ପଡିବା ଆସ ଭାଇଚାରା ପ୍ରେମେ
ନତୁବା ହୋଇଯିବା କଳଙ୍କିତ ଆମେ ।
କନ୍ୟା ସନ୍ତାନର କରି ହତ୍ୟା
ସୁଖ ଲଭନ୍ତି ପିତା ମାତା
ପରିବାର ପରିବେଶ ଏବେ ଅସନ୍ତୁଳିତ
ସମାଜ ଦେଶ ବିଶ୍ଵ ଏବେ ଅଶାନ୍ତ
କିଏ କୁହେ ମୁଁ ବଡ କିଏ କୁହେ
ମୋ ଧନ ପ୍ରତିପତ୍ତି କ୍ଷମତା ବଡ
ସବୁରି ଭିତରେ ମଣିଷ ଶିଖୁନି
ତା'ର ଗୁଣ କ୍ଷମା
ପଡୁନି ଦୟା କ୍ଷମା ପ୍ରେମେ
ହିଂସା ଦ୍ୱେଷ ଈର୍ଷା ଆଦିର
ଲାଳସାରେ ପଡିଛି ଭ୍ରମେ
ସେ ପାଇଁ ଆଜି ସଭିଏଁ
ହୋଇଛେ କଳଙ୍କିତ ଆମେ ।
ଦୁର୍ନୀତିକୁ କହୁଛେ ନୀତି
ଅସତ୍ୟକୁ ସତ୍ୟ ଭାଳୁଛି
ଆଜି ଏ ମଣିଷ ଜାତି
ନ୍ୟାୟୀ ଧର୍ମୀ ସତ୍ୟାର୍ଥୀ
ଆଜି ପଥଭ୍ରଷ୍ଟ ହୁଅନ୍ତି
ନାହିଁ ନୀତି ନାହିଁ ଶାନ୍ତି ମୈତ୍ରୀ
ଶାସକ ଶୋଷକ ପଡନ୍ତି
ସ୍ଵାର୍ଥ ଅର୍ଥ କ୍ଷମତା ପ୍ରେମେ
ସେ ପାଇଁ ଆଜି ଏ ମଣିଷ ଜାତି
ସଭିଏଁ କଳଙ୍କିତ ଆମେ ।
