STORYMIRROR

Sunanda Mohanty

Romance Thriller

4  

Sunanda Mohanty

Romance Thriller

କଳଙ୍କିନୀ

କଳଙ୍କିନୀ

1 min
467

ରାଧା ଗୋପାଳୁଣୀ ସେତ କାଦମ୍ବିନୀ 

ପୁଣି ସ୍ରୋତସ୍ୱିନୀ କେବେ ନିର୍ଝରିଣୀ 

କେବେ କଲ୍ଲୋଳିନୀ କେବେ ମାନିନୀ 

ତଥାପି କାହିଁକି କିଏ କିଏ କହେ କଳଙ୍କିନୀ ।

ରାଧା ବିନା ଅଧା ସଖା କହେଁଇ 

ରାଧା ନଗଲେ ଯମୁନା ଢେଉ ଯାଏ ଉଭେଇ 

ରାଧାର ପାଉଁଜି ଶବ୍ଦ ରେ ବଇଁଶୀ ବାଜଇ 

ତଥାପି ରାଧା କଳଙ୍କିନୀ କାହିଁ କିଏ ବୋଲଇ ।

ରାଧା ବିନା ଗୋପ ଭଲ ଲାଗେନା 

ରାଧା ବିନା କୁଞ୍ଜ ଝୁରି ହୁଏନା 

ରାଧା ବିନା ସଖି ବିଶାଖା ଲଳିତା କାହିଁ ଦିଶେନା 

ରାଧା ବିନା କୃଷ୍ଣ ମନ ଲାଗେନା ।

ତେବେବି ରାଧା କଳଙ୍କିନୀ ବୋଲି କାହିଁ କୁହ ବୁଝି ହୁଏନା 

ରାଧା ପାଇଁ ଶାଶୁ ନଣନ୍ଦ ଗଞ୍ଜଣା 

ରାଧା ପାଇଁ ଅଲୋଡ଼ା ନୁହନ୍ତି ଚନ୍ଦ୍ରସେଣା 

ରାଧା ନାମେ ତୁଚ୍ଛା ବାଜେ ନିନ୍ଦା ବାଜଣା ।

ରାଧା ପ୍ରିୟ ସଖି କୃଷ୍ଣ ଭାବନା 

କାହିଁ ହେବେ ରାଧା କଳଙ୍କିନୀ ମନ ବୁଝେନା 

କିଶୋର କୃଷ୍ଣ ସଙ୍ଗତେ ରାଧା 

ଯମୁନା ଯିବାରେ ନାହିଁତ ବାଧା ।

କିଏ କାହିଁ କୁହେ କୃଷ୍ଣ ଅଧା ଆର ଅଧକ ରାଧା 

ତୁଛା ଟାରେ ରାଧା ନାମରେ ନିନ୍ଦା 

ନୁହେଁ କଳଙ୍କିନୀ ରାଧା ସତେ ବସୁଧା

ଲୋକ ମାନଙ୍କର ଦୃଷ୍ଟି ଭଙ୍ଗି ।

କେବେ ବଦଳି ନଥିଲା ବଦଳିନି ଆଜି 

କଥାଟା କୁ କହିବେ ଏମିତି ମାଜି ମୁଜି 

ସେଦିନୁ ରାଧା ଲୁହରେ ଭିଜି ହଉଛି ଖୋଜି 

ଆନ୍ତରିକତା କେ ବୁଝୁ ବା ନବୁଝୁ ଦେଖା ହେଲେ 

ରାଧା ଦିଅନ୍ତେ ଶୁଝି ସମଝି 

ତଥାପି କଳଙ୍କିନୀ ନାଗରା ବାଜୁଛି ଏବେବି ଆଜି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance