କଳଙ୍କ
କଳଙ୍କ
ଅଜବ ଏଇ ଠିକଣା,
ଜୀବନର ମିଠା ସ୍ୱପ୍ନ-
ଅହେତୁକ ଆକର୍ଷଣରେ ।
ଆଶାବାଦୀ ସମୟର ବାଟ
ନୀତି ଝୁଣ୍ଟିଯାଏ -
ବଞ୍ଚିବାର ଦୁରନ୍ତ ପଥରେ ।।୧।।
ରକ୍ତାତ ଶରୀର ଜଣେ,
ଯନ୍ତ୍ରଣାର ଅଳ୍ପ ଅନୁଭବକୁ
ଜୀବନର ବିଶ୍ରାମ ସ୍ଥଳରେ ।
ଭାବନାକୁ ଆଉଜି,
ନିଦ ହଜିଯାଏ-
ଆଖିର ପଳକରେ ।।୨।।
ସଂଜ ସବୁବେଳେ ଲୁଚେ,
ଅନ୍ଧାରର ଅଗମନେ-
ମୋ ପାଇଁ ନଈରେ ।
କାନ୍ଦିବାକୁ ମନ ଖୋଲି-
ଲୁହ ଢାଳି କେତେ
ରାତ୍ରିର ଶେଯରେ ।।୩।।
ପ୍ରତିବାଦ କରେନି ନିଜଠି,
ନିଜ ଯୌବନର ଚେହେରା-
ଅମପର ରଙ୍ଗୀନ ଆଇନାରେ ।
କେବେ, ପରଖି ବସେ,
ଏ ଦୁନିଆଟା-ସତ ଆଉ ମିଛରେ
ଜୀବନର କଳଙ୍କ ଛାଇରେ ।।୪।।
******
