କଳଙ୍କ
କଳଙ୍କ
ଆକାଶର ତାରା ସାଥେ ,
ଚନ୍ଦ୍ରମା ର ଗତି ସାଥେ ,
ଦେଖୁଥାଏ ଏ ଆଖି ସ୍ବପ୍ନ ...।
କେବେ ନଦୀ ପଠାରେ ,
କେବେ ଝରଣା କୋଳରେ ,
ହଜିଯାଏ ମୁଁ ତୋତେ ଦେଖି .....।
କେବେ ପାହାଡ଼ର ଛାତିରେ ,
କେବେ ଗାଆଁ ର କୁଟା ପାଖେ ,
ସାଉଁଟେ ମୁଁ କେତେ ସ୍ମୃତି ......।
ସମୁଦ୍ରର ବାଲିରେ ,
ରାସ୍ତାର ଧୂଳିରେ ,
ଅନୁଭବ କରେ ତୋତେ ....।
ତୋ ସବୁଜ ରୂପ ,
କଳ କଳ ପାଣି ,
ମୋ ଭିତରେ ଉନ୍ମାଦନା ସୃଷ୍ଟି କରେ ....।
କିନ୍ତୁ ଏ କଣ ......?
ଆଧୁନିକତାରେ ପାଗଳ ଏ ସମାଜ ..
ତୋତେ ଭାଙ୍ଗି ସାରିଲେଣି ,
ଖାଲି ତୁ ନୁହେଁ ,
ତୋ ସହ ଭାଙ୍ଗି ଚୂର୍ ମାର ଆଜି ମୋ ସ୍ବପ୍ନ .....।
ସତରେ ଏ କଣ ଆଧୁନିକତା ...
କି ସମାଜ ପାଇଁ କଳଙ୍କ .....?