STORYMIRROR

SUJATA DAS

Romance

3  

SUJATA DAS

Romance

କଳଙ୍କ

କଳଙ୍କ

1 min
233


କଳଙ୍କିତ ଆଜି

ଇତିହାସ ମୋର

ଜୀବନ ବି କଳଙ୍କିତ.

କଳଙ୍କ କଳାରେ

ବିଭୀଷିକା ମୟ

ସମ୍ପର୍କ ବି ଉପେକ୍ଷିତ,

କଳଙ୍କ ସ୍ପର୍ଶରେ

ହୃଦୟର ଭାବ

କାଳିମାରେ ଗଲା ଭରି.

କଳଙ୍କ ଢେଉରେ

ହଜିଗଲା ଖୁସି

ସ୍ୱପ୍ନ ସବୁ ଗଲା ହରି,

କଳଙ୍କ ପାଇଁ କି

ଠକିଗଲି ଆଜି

ବିଶ୍ୱାସର ନଦୀ ତୀରେ

କଳଙ୍କ କଳାର

ଅନ୍ଧାରି ମୁଲକେ.

ନିରୁଦ୍ଦିଷ୍ଟ ଆତ୍ମା ଦୂରେ.

କଳଙ୍କ ପ୍ରହାରେ

ହୃଦୟ କ୍ଷତାକ୍ତ

ଆତ୍ମା ବିତି ଲୁହ ଭିଜା.

କଳଙ୍କ ତିଳକ

କପାଳେ ଶୋଭିତ

ପଥ ମୋର ଦିଗ ଭିଜା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance