STORYMIRROR

Suresh chandra Padhy

Drama

3  

Suresh chandra Padhy

Drama

କଳ୍କୀ ଅବତାର

କଳ୍କୀ ଅବତାର

1 min
170


କଳି ଯୁଗେ କାଳିଆ ମୋ ନେବ କଳ୍କୀ ଅବତାର

ସନ୍ଥ ଙ୍କୁ ଉଦ୍ଧାର କରି ଦୁଷ୍ଟ ଙ୍କୁ କରିବ 

ସଙ୍ଘାର

କଳ୍କୀ ତୁମ ଲୀଳା ଜଗତ ଦେଖିବ

ଯେବେ ତୁମେ ଧରା ଧାମେ ଅବତାର ନେବ ।।


ଆସ କଳ୍କୀ ଦେବ ଙ୍କ ଗୁଣ ଗାଇବା

କଳି ଯୁଗ ମଣିଷ ଆମେ ଉଦ୍ଧାର ହେବ

କଳ୍କୀ ତୁମ ଲୀଳା କିଏ ବୁଝି ପାରିବ

ତୁମେ ଜଗତ କରତା ତୁମ ପରି କିଏ ହେବ ।।


ବାର ହାତ ଖର୍ଗ ତୁମେ ହାତେ ଧରିବ

କାଳିଆ ଘୋଡା ରେ ତୁମେ ବସିବ

ଦୁର୍ଜନ ଜନ ତୁମ ହାତେ ମରିବେ

ଯିଏ ଅନ୍ୟାୟ ଅନୀତି କରୁଥିବେ ।।


ଭାରତ ବର୍ଷ ତୁମ ପାଇଁ ଧନ୍ୟ ହେବ

କଳ୍କୀ ତୁମେ ଯେବେ ଦର୍ଶନ ଦେବ

ଧନ୍ୟ ସେ ମାତା ଯିଏ ତୁମକୁ ଜନ୍ମ ଦେବେ

ଧନ୍ୟ ସେ ପିତା ଯିଏ ପୁତ୍ର ରୂପେ ତୁମକୁ ଲଭିବେ ।।


କଳି ଯୁଗେ ଜପ ହରି ନାମ କୁ

କଳି ଯୁଗରେ ଭଜ କଳ୍କୀ ଦେବ ଙ୍କୁ

ଜୟ ଜୟ କଳ୍କୀ ଠାକୁର ଭକ୍ତ ଭାବ ଗ୍ରାହୀ

ତୁମକୁ ଭଜୁଛି ସଂଜ ସକାଳେ ତୁମ ପାଦ ଧ୍ୟାୟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama