Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କଳିରେ କାଳିଆ କରୁଛି ଲୀଳା

କଳିରେ କାଳିଆ କରୁଛି ଲୀଳା

1 min
6



କଳିରେ କାଳିଆ କରୁଛି ଯେ ଲୀଳା

      ଶ୍ରୀ ମନ୍ଦିର କରି ଶୂନ୍ୟ

 ମାଉସୀ ମାଆର ପୋଡ଼ ପିଠା ପ୍ରତି

     କାଳିଆ ର କେଡେ ମନ।

ନନ୍ଦିଘୋଷ ରଥେ ବିଜେ ଜଗନ୍ନାଥ

      ସୁଭଦ୍ରା ଦର୍ପ ଦଳନେ

ତାଳ ଧ୍ୱଜ ପରେ ବଳଭଦ୍ର ଦେବ

      ଚକ ଗଡେ ଘନ ଘନେ।

ପତିତ ଉଦ୍ଧାର କାର୍ଯ୍ୟରେ ଅଛନ୍ତି

      ଶ୍ରୀ ବିଗ୍ରହ ବଡ଼ଦାଣ୍ଡେ 

କାହିଁ କେତେ ଦୁରୁଁ ଭକତ ଆସନ୍ତି

      ଦେଖିବାକୁ ତାଙ୍କ ଦାଣ୍ଡେ।

ନରେନ୍ଦ୍ର ପୋଖରୀ ଚନ୍ଦନ ଯାତରେ

     ପୁଣି ସ୍ନାହାନ ମଣ୍ଡପେ

କେଡେ ସରାଗରେ ସ୍ନାହାନ କରନ୍ତି

     ଉଭା ଗଜାନନ ରୂପେ।

ଅଣସର ଘରେ ଜର ଭୋଗୁଥାନ୍ତି

     ଜଗତ ଜନଙ୍କ ନାଥ

ଅଲାର ନାଥଙ୍କ ପୀଠେ ହୁଏ ଭିଡ଼

     ଲୀଳାମୟ ଜଗନ୍ନାଥ।

ଶ୍ରୀମନ୍ଦିର ଠାରୁ ଶରଧା ବାଲି ଯେ

     ରଥ ପଥ ଏକାକାର

କାଳିଆ ସାଆନ୍ତ ମୂରବୀ ସାଜିଛି

      ଦୁଃଖ ରାଶି ହୁଏ ଦୂର।

ଶମଶାନ ଯାର ସ୍ଵର୍ଗଦ୍ଵାର ହୁଏ

     ସମୁଦ୍ର ଯେ ମହୋଦଧି

ପ୍ରସାଦ ବୋଲାଏ ମହା ପ୍ରସାଦ ତ

      କୈବଲ୍ୟ ଯା କୋଟିନିଧି।

ପଣ୍ଡାଏ ଯାହାର ବଡ ପଣ୍ଡା ହୋନ୍ତି

      ବଡ ଦାଣ୍ଡ ଦାଣ୍ଡ ଯାର

ନୀଳ ଚକ୍ରେ ଉଡେ ପତିତ ପାବନ

      ବାନା ନିତି ଫର ଫର।

ବାର ମାସେ ତେର ପରବରେ ଜଗା

      କରୁଛି ଲୀଳା ଶ୍ରୀକ୍ଷେତ୍ରେ

କଳିରେ କାଳିଆ ଭକ୍ତ ମନ କିଣି

      ରହିଥାନ୍ତି ସର୍ବ ନେତ୍ରେ।

ଧନ୍ୟରେ କାଳିଆ ଧନ୍ୟ ତୋର ଲୀଳା

      ଏତିକି କରେ ପ୍ରାର୍ଥନା

ଜଗତ ଜନଙ୍କୁ ଉଦ୍ଧାର କରିବୁ 

      ନ କରିବୁ କେବେ ମନା।


Rate this content
Log in

Similar oriya poem from Action