STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଭେଦ ଭାବ ନାହିଁ

ଭେଦ ଭାବ ନାହିଁ

1 min
390



ଭେଦ ଭାବ ନାହିଁ   ପୁରୀ ବଡ ଦାଣ୍ଡେ

      ଚାରି ଧାମ ଠାରୁ ଶ୍ରେଷ୍ଠ

ପତିତ ପାବନ    କେତନ ତଳରେ

      ନିଜେ ନିଜ ପାଇଁ ଜ୍ୟେଷ୍ଠ।

ଯେମିତି ଭାବନା  ଯେମିତି କଳ୍ପନା

      ଭକ୍ତ ପାଇଥାନ୍ତି ଫଳ

ଏକ ପରଂବ୍ରହ୍ମ    ସବୁରି ଅନ୍ତରେ

       ଏକା ସେହି ଆଦିମୂଳ।

ଉତ୍କଳ ପ୍ରଦେଶ   ଖ୍ୟାତି ବହିଅଛି

      ଜଗତ

ନାଥଙ୍କୁ ଧରି

ନିତ୍ୟ ସାମବେଦ   ଉଚାରନ୍ତି ଏଠି

      ଦେବା ଦେବୀ ଛନ୍ତି ପୂରି।

ବାର ମାସେ ତେର  ପରବ ପାଳନ

       ଦିନ ବିତେ ଆନନ୍ଦରେ

ଅମୃତରୁ ବଳି   ଶ୍ରୀ ମହାପ୍ରସାଦ 

       ଭିଡ ଆନନ୍ଦ ବଜାରେ।

ତୁମେ ଥାଅ ପ୍ରଭୁ  ତୁମରି ଇଚ୍ଛାରେ

       ଭକ୍ତ ମନ ରଖି ଖୁସି

ଆହାକି ସୁନ୍ଦର ତୁମ ରଥ ଯାତ

      ଦେଖନ୍ତି ଜଗତ ବାସୀ।


Rate this content
Log in

Similar oriya poem from Action